ଆମାଜନ ସହ ଟ୍ରାଇବ୍ସ ଇଣ୍ଡିଆର ବୁଝାମଣା, ୧୯୦ଟି ଦେଶରେ ବିକ୍ରି ହେବ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ଓ ସାମଗ୍ରୀ

ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରାଇବ୍ସ ଇଣ୍ଡିଆର “ଗୋ ଟ୍ରାଇବାଲ ଅଭିଯାନ”କୁ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ଉଦଘାଟନ କରିଛନ୍ତି । ଜନଜାତି ଉତ୍ପାଦଗୁଡ଼ିକର ଉପଯୋଗକୁ ବ୍ୟାପକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭକରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଆମାଜନ ଗ୍ଲୋବାଲ ସେଲିଂ ଜରିଆରେ ବିଶ୍ୱ ବଜାରରେ ଟ୍ରାଇବ୍ସ ଇଣ୍ଡିଆର ପ୍ରବେଶକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଟ୍ରାଇଫେଡର ଅଧ୍ୟକ୍ଷ ଶ୍ରୀ ଆର.ସି. ମୀନା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀ ଦୀପକ ଖାଣ୍ଡେକର ଏବଂ ଟ୍ରାଇଫେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରବୀର କ୍ରିଷ୍ଣା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ହସ୍ତଶିଳ୍ପ ସମେତ ବହୁ ସୃଜନଶୀଳ ଉତ୍ପାଦ ପ୍ରସ୍ତୁତି କରିବାରେ ସମର୍ଥ ଆମ ଦେଶର ଜନଜାତି ବର୍ଗରଲୋକମାନଙ୍କୁ ଆର୍ଥିକ ଦୃଷ୍ଟି କୋଣରୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଜନଜାତି ଉତ୍ପାଦଗୁଡ଼ିକ ଅତ୍ୟନ୍ତ ସ୍ୱଚ୍ଛ ଏବଂ ବିଶ୍ୱାସଯୋଗ୍ୟ ତଥା ଏହାରମାନ ଏବଂ ଗୁଣବତାକୁ ଆଖିବୁଜି ଭରସା କରାଯାଇପାରିବ । ଆମାଜନ ଗ୍ଲୋବାଲ ସେଲିଂ ଜରିଆରେ ବିଶ୍ୱ ବଜାରରେ ଜନଜାତି ଉତ୍ପାଦଗୁଡ଼ିକ ବିକ୍ରିକରିବା ଲାଗି ଟ୍ରାଇବ୍ସ ଇଣ୍ଡିଆର ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ ।ଟ୍ରାଇଫେଡର ଅଧ୍ୟକ୍ଷ କହିଥିଲେ ଯେ ଟ୍ରାଇଫେଡ ଏବଂ ଆମାଜନ ମଧ୍ୟରେ ମିଳିତ ସହଭାଗୀତା ଦ୍ୱାରା ଜନଜାତୀୟ ଉତ୍ପାଦଗୁଡ଼ିକ ପ୍ରାୟତଃ ୧୯୦ଟିଦେଶରେ ଉପଲବ୍ଧ ହୋଇପାରିବ ଏବଂ ବିଶ୍ୱ ବଜାରରେ ଜନଜାତି ଉତ୍ପାଦ ରପ୍ତନି ଲାଗି ଏକ ବଜାର ପ୍ରତିଷ୍ଠା କରିବ ।ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ କହିଥିଲେ ଯେ ଗତ କିଛି ମଧ୍ୟରେ ଜନଜାତି ଉତ୍ପାଦଗୁଡ଼ିକର ବିକ୍ରି ବହୁଗୁଣ ବୃଦ୍ଧି ପାଇଛି ଏବଂ ଏହା ବ୍ୟାପକରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି କରି ।ରିଛି । ଆମାଜନ ସହିତ ସହଭାଗୀତାରେ ଜନଜାତି ଉତ୍ପାଦ ବଜାର ନିଶ୍ଚିତ ଭାବେ ବୃହତ ଅଭିବୃଦ୍ଧି ହାସଲକରିବ ।ଜନଜାତି ଉତ୍ପାଦଗୁଡ଼ିକର ବିକ୍ରିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଂସ୍ଥାଗତ ସହଯୋଗ ଏବଂ ସହଭାଗୀତା ଉଦ୍ଦେଶ୍ୟରେ ଟ୍ରାଇଫେଡ ପକ୍ଷରୁ ଏହିକାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଟ୍ରାଇବ୍ସ ଇଣ୍ଡିଆ ପକ୍ଷରୁ “ଗୋ ଟ୍ରାଇବାଲ୍ସ ଅଭିଯାନ” ଆରମ୍ଭ କରାଯାଇଥିଲା ।ଏହା ଅଧୀନରେ ଜନଜାତି ହସ୍ତଶିଳ୍ପର ବିକ୍ରିକୁ ପ୍ରୋତ୍ସାହିତ କରିବା ଲାଗି ସଂଖ୍ୟାଧିକ ଅଭିନବ କାର୍ଯ୍ୟକଳାପ ହାତକୁ ନେବା ଲାଗି ଯୋଜନାକରାଯାଇଛି । ଆମାଜନ ଡଟ କମ ଜରିଆରେ ବିଶ୍ୱ ବଜାରରେ ଟ୍ରାଇବ୍ସ ଇଣ୍ଡିଆର ଉତ୍ପାଦ ସବୁ ବିକ୍ରି କରାଯିବ । ଆମାଜନ ସହ ଏହି ବୁଝାମଣାଫଳରେ ଆମେରିକୀୟ ବଜାରରେ ଜନଜାତି ଉତ୍ପାଦଗୁଡ଼ିକ ବିକ୍ରି କରିବା ସମ୍ଭବ ହେବ ଏବଂ ଏହା ରପ୍ତାନିକୁ ପ୍ରୋତ୍ସାହିତ କରିବ ।ଜନଜାତୀୟ ରେଶମ ଉତ୍ପାଦର ବିକାଶ, ପ୍ରୋତ୍ସାହନ ଓ ବି ଣନ ଏବଂ ଜନଜାତୀୟ ସୂତାକଟାଳି ଓ ବୁଣାକାରଙ୍କ ସଶକ୍ତି କରଣ ଉଦ୍ଦେଶ୍ୟରେ ଟ୍ରାଇବ୍ସଇଣ୍ଡିଆ ପକ୍ଷରୁ କେନ୍ଦ୍ରୀୟ ରେଶମ ବୋର୍ଡ ସହିତ ସହଭାଗୀତା ଆରମ୍ଭ ହୋଇଛି । “ଆଇ ଆମ ଖଦି” ଫାଉଣ୍ଡେସନ ସହଯୋଗରେ ଖଦି କୁର୍ତା ଓ ଜ୍ୟାକେଟକୁ ନିଜର ଉତ୍ପାଦ ତାଲିକାରେ ସାମିଲ କରି ଟ୍ରାଇଫେଡ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ହାତ ମିଳାଇଛି । ଏହି ପ୍ରୟାସର ଅଂଶବିଶେଷ ସ୍ୱରୂ ପାରମ୍ପରିକ ପୋଷାକପରି ।ଟିର ଏକ ନୂତନ ସମ୍ଭାର ପ୍ରଦର୍ଶିତ କରାଯାଇଛି । ଏହାଛଡ଼ା, ପାରମ୍ପରିକ ଜନଜାତିହସ୍ତତନ୍ତ, ହସ୍ତଶିଳ୍ପ ଏବଂ ମଦୁଆ, ଜୋଆର, ବାଜରା, ନାଲି ଚାଉଳ, ମହୁ, ଲାଖ ଉତ୍ପାଦ, ମସଲା, କଫି, ଚା’, ହାତତିଆରି ସାବୁନ ଆଦି ଦେଶର ବିଭିନ୍ନଅଂଚଳର ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ପ୍ରାକୃତିକ ସମ୍ଭାର ମଧ୍ୟ ପ୍ରଦର୍ଶିତ କରାଯାଇଛି ।ସୂଚନାଯୋଗ୍ୟ ଯେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ଟ୍ରାଇଫେଡ ହେଉଛି ଏପରି ଏକ ସଂଗଠନ ଯାହା “ଟ୍ରାଇବ୍ସ ଇଣ୍ଡିଆ” ନାମରେ ଜନଜାତି ଉତ୍ପାଦ, ଜନଜାତି କଳା ଓ ହସ୍ତକଳାର ବି ଣନ ତଥା ବିକାଶରେ ନିୟୋଜିତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ