ଆମିରଙ୍କ ଘରେ ପହଞ୍ଚିଲା କରୋନା
ମୁମ୍ବାଇ: ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହା ଭିତରେ ଅଭିନେତା ଅମିର ଖାନଙ୍କ ଘରେ ପହଞ୍ଚିଲା କରୋନା । ଏନେଇ ଟ୍ୱିଟ ଯୋଗେ ନିଜେ ଆମିର ଖାନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଙ୍କର କେତେ ଜଣ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ କରୋନା ହସ୍ପିଟାଲରେ ଆଡମିଟ କରାଯାଇଛି । ଏହାସହ ଆମିର କହିଛନ୍ତି ବାକି ଅନ୍ୟ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାସହ ମୋ ମା’ଙ୍କ କରୋନା ଟେଷ୍ଟ ଏପର୍ଯ୍ୟନ୍ତ ହୋଇନାହିଁ । ତାଙ୍କର ମଧ୍ୟ ଟେଷ୍ଟ କରାଯିବ ଏବଂ ମୁଁ ପାର୍ଥନା କରୁଛି ମୋ ମା’ଙ୍କ ରିପୋର୍ଟ ନେଗେଟିଭ ଆସିବ । ସୂଚନା ଅନୁସାରେ ମୋଟ ୭ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ତାଙ୍କ ଡ୍ରାଇଭର ଓ ୨ ଜଣ ସୁରକ୍ଷା କର୍ମୀ ଏବଂ ଜଣେ ରୋଷେୟା ରହିଛନ୍ତି ।


