ଆମିଷ ବେପାରୀଙ୍କ କବ୍‌ଜାରେ କମ୍ମାପଲ୍ଲୀ ଓଭର୍‌ବ୍ରିଜ୍ ଛକ

ବ୍ରହ୍ମପୁର, (ଅନିଲ କୁମାର): କମ୍ମାପଲ୍ଳୀ ଓଭର୍‌ବ୍ରିଜ୍ ପାଶ୍ୱର୍ରେ ପୁଣି ପସରା ମେଲେଛନ୍ତି ଆମିଷ ବେପାରୀ । ଉକ୍ତ ରାସ୍ତାଟି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଏହା ପାଖରେ ରହିଛି ଜିଲ୍ଲା ଜଜ୍ କୋର୍ଟ । ହଜାର ହଜାର ଗାଡି ସେହି ବାଟ ଦେଇ ଯାଉଥିବା ବେଳେ ସେହି ସ୍ଥାନରେ ଲୋକେ ଆମିଷ ପାଇଁ ପ୍ରବଳ ଭିଡ ଜମାଉଛନ୍ତି । ତାହା ସହ କେତେକ ବେପରୁଆ ଗାଡି ଚାଳକମାନେ ନିଜ ଗାଡିକୁ ଏପରି ଭାବେ ରଖୁଛନ୍ତି ଯେ, ବହୁବାର ଟ୍ରାଫିକ୍ ଜାମ୍ ମଧ୍ୟ ହେଉଛି । ସବୁଠୁ ବଡ଼ କଥା ହେଲା ସେଠାରେ ଏକ ଗନ୍ଧ ପୂତ୍ତିମୟ ପରିବେଶ ସୃଷ୍ଟି ହେଉଛି । ଯାହା ଯିବା ଆସିବା ଲୋକଙ୍କୁ ବିବସ କରିଦେଉଛି । ଓଭର୍‌ବ୍ରିଜ୍ ଉପରୁ ତଳକୁ ଗାଡି ଖୁବ୍ ଜୋର୍‌ରେ ଆସୁଥିବା ବେଳେ ବହୁ ସମୟରେ ଦୁର୍ଘଟଣାମାନ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଜୋନ୍‌ରେ ଆମିଷ ବେପାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥି ସତ୍ତ୍ୱେ କିଛି ମାଛ ବ୍ୟବାସୀୟ ଉକ୍ତ ରୋଡ୍ ପାଶ୍ୱରେ ନିଜର ବ୍ୟବସାୟ ଚଳାଇଛନ୍ତି । କିଛି ମାସ ପୂର୍ବରୁ ସେମାନଙ୍କୁ ବିଏମ୍‌ସି ପକ୍ଷରୁ ସେଠାରୁ ଉଚ୍ଛେଦ କରାଯାଇଥିଲା । ମାତ୍ର ଏବେ ସେହି ସ୍ଥାନକୁ ପୁଣି ସେମାନେ କବ୍‌ଜାକୁ ଆଣିଲେଣି । ପୁଣି ଥରେ ଉକ୍ତ ସ୍ଥାନକୁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରିବା ଲାଗି ସାଧାରଣରେ ଦାବି ଜୋର୍ ଧରିଥିବା ବେଳେ ଏଥିପ୍ରତି ବିଏମ୍‌ସି କର୍ତ୍ତପୃକ୍ଷ ମନଧ୍ୟାନ ଦେଉନାହାଁନ୍ତି । ତୁରନ୍ତ ବିଏମ୍‌ସି କର୍ତ୍ତୃପକ୍ଷ ଉକ୍ତ ସ୍ଥାନରେ ସେମାନଙ୍କୁ ସତର୍କ କରାଯାଇ ଜାଗା ଖାଲି କରିବା ପାଇଁ ପଦକ୍ଷେପ ନେବକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ