ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

ନ୍ୟୁୟର୍କ: ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି। ମାତ୍ର ଏକ ସପ୍ତାହ ତଳେ ଆମେରିକାରେ ଆକ୍ରାନ୍ତଙ୍କ ସଂଖା ୧୦ ହଜାର ରହିଥଲା ବେଳେ ଏବେ ତାହା ୧ ଲକ୍ଷ ପାର କରିଛି। ବିଶେଷକରି ନ୍ୟୁୟର୍କ ସିଟିରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥବାରୁ ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉଦବେଗ ପ୍ରକାଶ କରିବା ସହ ଏହି ମହାମାରୀର ମୁକାବିଲା କରିବା ପାଇଁ ତାଙ୍କ ସ୍ବତନ୍ତ୍ର କ୍ଷମତା ପ୍ରୟୋଗ ଆରମ୍ଭ କରିଛନ୍ତି। କୋରୋନା ମୁକାବିଲା ପାଇଁ ସେ ୩ ଟ୍ରିଲିଅନ ଡଲାରର ଏମର୍ଜେନ୍ସି ଫଣ୍ଡ୍ ନେଇ ବିଲ୍ ସ୍ବାକ୍ଷର କରିଛନ୍ତି। ଏଥିସହ ସେ ତାଙ୍କର ସ୍ବତନ୍ତ୍ର ୱାର ଟାଇମ୍ କ୍ଷମତା ପ୍ରୟୋଗ ଆରମ୍ଭ କରିଛନ୍ତି। କୋରୋନା ଆକ୍ରାନ୍ତଙ୍କ ପରିବାର କିପରି ଉପୁଜିଥବା ପରିସ୍ଥିତିକୁ ସାମ୍ନା କରିବେ, ତାହା ଉପରେ ସେ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ସେ ତାଙ୍କର ସ୍ବତନ୍ତ୍ର କ୍ଷମତା ବଳରେ ପ୍ରାଇଭେଟ୍ କମ୍ପାନୀ, ଜେନେରାଲ ମୋଟର୍ସକୁ ଅଧକରୁ ଅଧିକ ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଜନ୍ ହପକିନ୍ସ ୟୁନିଭର୍ସିଟି ଟ୍ରାକର ତଥ୍ୟ ଅନୁସାରେ ଶୁକ୍ରବାର ସୁଦ୍ଧା ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୬୫୭କୁ ବଢ଼ିଛି। ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୪୯୮, ଚୀନରେ ଆକ୍ରାନ୍ତଙ୍କ ସଂଖା ୮୧ ହଜାର ୮୯୭ ରହିଛି। ସେହିପରି ଆମେରିକାରେ ମୃତକଙ୍କ ସଂଖ୍ୟା ୧୫୮୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ନ୍ୟୁୟର୍କରେ ୫୨୭ ଜଣ ରହିଥଲା ବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ନ୍ୟୁୟର୍କ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୮୭୬ ରହିଛି। ତେଣୁ ଏଥରୁ ସ୍ପଷ୍ଟ ଯେ ଆମେରିକାର ନ୍ୟୁୟର୍କ ସହର କୋରୋନା ପାଇଁ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ୱାଶିଂଟନ୍, ନ୍ୟୁ ଜର୍ସି ଓ କାଲିଫର୍ଣ୍ଣିଆରେ ୩୬୬ ଜଣଙ୍କ ମୃତ୍ୟୁ ଘଟିଥିବା ଜନ୍ ହପକିନ୍ସ ୟୁନିଭର୍ସିଟି ଟ୍ରାକର ତଥ୍ୟରୁ ସ୍ପଷ୍ଟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ