ଆମେରିକା ଏୟାରଲାଇନ୍ସକୁ ସତର୍କ ସୂଚନା ଜାରି

ୱାଶିଂଟନ- ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ଆମେରିକା ନିଜର ସମସ୍ତ ଏୟାରଲାଇନ୍ସକୁ ସତର୍କ ସୂଚନା ଜାରି କରିଛି । ବିଶେଷ କରି ପାକିସ୍ତାନର ବାୟୁସୀମା ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି । ଆମେରିକା ୟୁଏସ ଏୟାରଲାଇନ୍ସ ବାଣିଜ୍ୟିକ ଓ ଆମେରିକା ସରକାରଙ୍କ ବିମାନ କୁ ଚେତାବନୀ ଦେଇଛି ଯେ, ସେମାନେ ପାକିସ୍ତାନୀ ଏୟାରସ୍ପେ ଯିବାରୁ ବଞ୍ଚନ୍ତୁ । କାରଣ ଚରମପନ୍ଥୀ ଓ ଆତଙ୍କବାଦୀ ସମୂହ ବିମାନକୁ ଟାର୍ଗେଟ କରିପାରନ୍ତି । ଆମେରିକାର ଫେଡରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫଏଏ) ତରଫରୁ ଜାରି ହୋଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ତତ୍ତ୍ୱ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ