ଆମେରିକା ମହାକାଶ କ୍ୟାମ୍ପ୍ରେ ଯୋଗଦେବେ ୧୭ ଜଣ ଭାରତୀୟ ଶିକ୍ଷାର୍ଥୀ- ହନିୱେଲ୍

ହନିୱେଲ୍ ପ୍ରୋସେସ୍ ସଲ୍ୟୁସନ୍ ପକ୍ଷରୁ ୧୭ ଜଣ ଭାରତୀୟ ଶିକ୍ଷାର୍ଥୀଙ୍କୁ ଆମେରିକା ମହାକାଶ କ୍ୟାମ୍ପ୍ରେ ଯୋଗଦେବା ସମ୍ପର୍କରେ ଘୋଷଣା କରାଯାଇଛି । ୪୧ଟି ଦେଶରୁ ଆସିଥିବା ୨୯୨ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏହି ଭାରତୀୟ ଶିକ୍ଷାର୍ଥୀମାନେ ରହିଛନ୍ତି । ଆମେରିକା ଆଲବାମାଠାରେ ଥିବା ହଂଟ୍ ସିଭିଲିସ୍ଥିତ ମହାକାଶ ଏବଂ ରକେଟ କେନ୍ଦ୍ରରେ ଶିକ୍ଷାର୍ଥୀମାନେ ମହାକାଶର ଅଭିଜ୍ଞତା ଉପଲବ୍ଧି କରିବାକୁ ସକ୍ଷମ ହେବେ । ଏନେଇ ହନିୱେଲ୍ ଲିଡରଶିପ୍ ଚ୍ୟାଲେଞ୍ଜ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ୨ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଶିକ୍ଷାର୍ଥୀଙ୍କ ମଧ୍ୟରେ ସାଇନ୍ସ୍, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥ୍, କୋଡିଂ, କମ୍ପ୍ୟୁଟର ସାଇନ୍ସ୍ ଏବଂ ଆଷ୍ଟ୍ରୋନ୍ୟୁଟିକ୍ ଉପରେ ଜ୍ଞାନ ବୃଦ୍ଧି କରିବାକୁ ସହାୟକ ହୋଇଛି । ଏହି ଅବସରରେ ପୁଣେର ଶିକ୍ଷାର୍ଥୀ ସାକ୍ଷୀ ଭାବସାର କହିଲେ, ମୁଁ ଫ୍ଲାଇଟ୍ ସିମୁଲେଟରର କକ୍ପିଟ୍ରେ ବସି କିପରି ଜୁମ୍ବୋଜେଟ୍ ଚଳାଇବାକୁ ପଡ଼ିଥାଏ ସେ ସମ୍ପର୍କରେ ଜ୍ଞାନଲାଭ କରିପାରିଛି । ଏଥିରେ ୧୬ ରୁ ୧୮ ବର୍ଷ ବୟସ୍କ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି । ସଟଲ ମିଶନରେ ସୃଷ୍ଟି ହୋଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷାର୍ଥୀମାନେ ଅବଗତ ହୋଇ ଏହାର କିଭଳି ସମାଧାନ କରାଯିବ ତାହା ଶିକ୍ଷାଲାଭ କରିଛନ୍ତି ।ଏହି ଅବସରରେ ଆମେରିକା ମହାକାଶ ଏବଂ ରକେଟ କେନ୍ଦ୍ରର ସିଇଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଦେବୋରା ବାର୍ନହାଟ୍ କହିଲେ, ଏହି କାର୍ଯ୍ୟକ୍ରମ ଶିକ୍ଷାର୍ଥୀଙ୍କ ଜ୍ଞାନର ବିକାଶ କରିବାକୁ ସକ୍ଷମ ହେବ । ଏଥିରେ ହନିୱେଲ୍ର ସହଯୋଗ ବେଶ୍ ଉଲ୍ଲେଖନୀୟ ।ଏହି କାର୍ଯ୍ୟକ୍ରମ ସମ୍ପର୍କରେ ହାଇଦ୍ରାବାଦ୍ର ଅଂଶଗ୍ରହଣକାରୀ ରୋହିତ୍ ତିରୁମାଲା ସେଟ୍ଟି କହିଲେ, ବିଶ୍ୱସ୍ତରରେ ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନେ ଆମ୍ବାସଡ଼ରଭାବେ ଯୋଗଦେଇଛନ୍ତି । ଏହା ଶିକ୍ଷାର୍ଥୀ ବେଶ୍ ଉପଯୋଗୀ ହୋଇପାରିଛି ।ବେଙ୍ଗାଲୁର୍ରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶ୍ରୀକର ଦେସୁ କହିଲେ, ଏହି କ୍ୟାମ୍ପ ଶିକ୍ଷାର୍ଥୀ ମଧ୍ୟରେ ଲିଡରଶିପ୍ କ୍ୱାଲିଟି ବିକଶିତ କରିବାକୁ ସକ୍ଷମ ହୋଇପାରିଛି ।ଏହି କ୍ୟାମ୍ପ୍ରେ ଗୁରୁଗ୍ରାମ୍ରୁ ଯୋଗଦେଇଥିବା ତନ୍ମୟ ତନେଜା କହିଲେ, ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ସମ୍ପର୍କରେ ବେଶ୍ ଅବଗତ ହୋଇପାରିବେ ।ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହନିୱେଲ ପକ୍ଷରୁ ୭ଜଣ ଶିକ୍ଷାର୍ଥୀଙ୍କୁ ବେଙ୍ଗାଲୁର୍,୮ଜଣଙ୍କୁ ପୁଣେ, ଦିଲ୍ଲୀରୁ ୧, ଦିଲ୍ଲୀ ଏନସିଆର୍ ୧ ଏବଂ ହାଇଦ୍ରାବାଦ୍ରୁ ୧ ଜଣଙ୍କୁ ଚୟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ସମ୍ପର୍କରେ ହନିୱେଲ୍ ହୋମ୍ ଟାଉନ୍ ସଲ୍ୟୁସନ୍ ସଭାପତି ମାଇକ୍ ବେନ୍ନେଟ୍ କହିଲେ, “ ହନିୱେଲ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଜ୍ଞାନର ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି । ଏହା ସହିତ ସେମାନଙ୍କ ମଧ୍ୟରେ ଲିଡରଶିପ୍ କ୍ୱାଲିଟି ବିକଶିତ କରିବା ପାଇଁ ପ୍ରୟାସ କରୁଛି ।୨୦୧୦ଠାରୁ ହନିୱେଲ୍ ହୋଂମ୍ ଟାଉନ୍ ପକ୍ଷରୁ ହନିୱେଲ କର୍ମଚାରୀଙ୍କ ୨,୭୦୯ ଜଣ ସନ୍ତାନଙ୍କୁ ସ୍କଲାରଶିପ୍ ପ୍ରଦାନ କରିଛି । ସେମାନଙ୍କର ଶିକ୍ଷା ବିକାଶ ପାଇଁ କମ୍ପାନୀ ନିରନ୍ତର ପ୍ରୟାସ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ