ଆମେରିକା ରାଷ୍ଟ୍ରପତିଙ୍କ ଏୟାର ଫୋର୍ସ ୱାନ’ ସମକକ୍ଷ ‘ଏୟାର ଇଣ୍ଡିଆ ୱାନ୍’ ଆସୁଛି ପ୍ରଧାନମନ୍ତ୍ରୀଙ୍କ ପାଇଁ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ଫେବୃଆରୀ ମାସ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ବିଭିର୍ଣ୍ଣ କାର୍ଜ୍ୟକ୍ରମରେ ଯୋଗଦେଇ ଫେରିଥିଲେ । ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ସବୁଠୁ ବେଶୀ ଚର୍ଚାରେ ଥିଲା ଆମେରିକାର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟବହୃତ ହେଉଥିବା ଆମେରିକା ବାୟୁସେନାର ବିମାନ ‘ଏୟାର ଫୋର୍ସ ୱାନ’କୁ ନେଇ। ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ସବୁବେଳେ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ବିମାନ ଅଟେ। ଇତିମଧ୍ୟରେ ଭାରତବି ଆମେରିକାର ‘ଏୟାର ଫୋର୍ସ ୱାନ’ ସମତୁଲ ଦୁଇଟି ବିମାନ ଖୁବ ଶୀଘ୍ର ଆଣିବାକୁ ଯାଉଛି। ସେଥିମଧ୍ୟରୁ ଗୋଟିଏ ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଏହି ବିମାନରେ ଅତ୍ୟାଆଧୁନିକ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟବହାର କରାଯିବ । ବିମାନଟି ‘ଏୟାର ଇଣ୍ଡିଆ ୱାନ୍’ ନାମରେ ନାମିତ କରାଯାଇଛି । ଏୟାର ଇଣ୍ଡିଆର ଜୈନିକ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାଇ ଭାରତ ଆମେରିକାଠାରୁ ଦୁଇଟି ବୋଇଙ୍ଗ -୭୭୭ ବିମାନ କ୍ରୟ କରାଯାଇଛି ଏହାର ମୂଲ୍ୟ ୮୪୫୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଗୋଟିଏ ବିମାନ ଚଳିତ ମାସ ଶେଷସୁଦ୍ଧା ଭାରତରେ ପହଂଚିବା ବୋଲି ଜଣ ପଡିଛି । ଏଥି ବିମାନ ପାଇଁ ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ଆମେରିକା ଯାଇଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ ଆମେରିକାରୁ ଦୁଇଟି ବୋଇଙ୍ଗ -୭୭୭ ବିମାନ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର ପୂର୍ବରୁ ହୋଇଥିଲା । ଏହି ବିମାନକୁ ଏକ ଅବିଶ୍ୱସନୀୟ ବାୟୁ ଦୁର୍ଗରେ ପରିଣତ କରିଛନ୍ତି ଆମେରିକାରେ ନିର୍ମିତା ମାନେ। ଆମେରିକାର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ଭଳି ଉକ୍ତ ବିମାନକୁ ଶକ୍ତିଶାଳୀ କରାଯାଇଥିବା ଜଣାପଡିଛି । ଏହି ବିମାନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀରହିଛି । ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀ, ସୁରକ୍ଷା ଅଧିକାରୀ ସମେତ ବରିଷ୍ଠ ସରକାରୀ ଅଧିକାରୀମାନେ ଶୁକ୍ରବାର ଆମେରିକାରୁ ଏହି ସ୍ୱତନ୍ତ୍ର ଏକ୍ସଟ୍ରା ସେକ୍ସନ୍ ଫ୍ଲାଇଟ୍ (ଏସ.ଇ.ଏସ.ଏଫ) ବିମାନ ‘ଏୟାର ଇଣ୍ଡିଆ ୱାନ୍’ ଆଣିବାକୁ ଯାଇଥିବା ସୂଚନା ମିଳିଛି । ଜଣାପଡିଛି ଯେ ଏହି ବିମାନ ଭାରତ ଆସିବା ପରେ ବିମାନ ଚଳାଇବା ଦାୟିତ୍ଵ ଭାରତୀୟ ବାୟୁସେନାକୁ ଦିଆଯିବ। ‘ଏୟାର ଇଣ୍ଡିଆ ୱାନ୍’ର ରହିଥିବା ବିଶେଷତ୍ ଗୁଡିକହେଲା, ବିମାନଟିରେ ବାୟୁରେ ଇନ୍ଧନ ଭରିବାର ଵେବସ୍ତ ରହିଛି। ଥରେ ଇନ୍ଧନ ଭରିଲେ ୧୭ ଘଣ୍ଟା ଯାଏଁ ନିରନ୍ତର ଭାବେ ଉଡିପାରିବ। ଖଞ୍ଜା ଯାଇଥିବା ସେନ୍ସର ଅତ୍ୟନ୍ତ ଶକ୍ତିଶାଳୀ । କୌଣସି ମିଜାଇଲ ଆକ୍ରମଣ ହେବାପୂର୍ବରୁ ସୂଚନା ପାଇଥାଏ। ରହିଥିବା ସେନ୍ସରଗୁଡିକ ପାଇଲଟଙ୍କୁ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ କରିବା ପାଇଁ ସାହାଯ୍ୟ କରିବ। ଶକ୍ତି ସାଳି ଜାମର୍ ଖଞ୍ଜା ଯାଇଥିବା କାରଣରୁ ବିମାନ ଶତ୍ରୁ ପକ୍ଷର ଜିପିଏସ୍ ଏବଂ ଡ୍ରୋନ୍ ସିଗ୍ନାଲ୍ ରୋକିବ। ବିମାନଟିରେ ଆଣ୍ଟି-ମିସାଇଲ୍ ସିଷ୍ଟମ୍ ଖଞ୍ଜା ଯାଇଛି। ଯାହା ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରିବ। ମିରର୍ ବଲ୍ ସିଷ୍ଟମ୍ ଡେଣାରେ ଥିବା ଏହି ଟେକ୍ନୋଲୋଜି ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିପାରିବ। ବିମାନରେ ଯେଉଁ ଇଲୋକଟ୍ରୋନିକ ଉପକରଣ ବ୍ୟବହାର କରାଯାଇଛି ସେଥିରେ ବିଦ୍ୟୁତ ଚୁମ୍ବକୀୟ କମ୍ପନର ପ୍ରଭାବ ରହିବନାହିଁ । ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ରହିବାସହ ବିମାନଟି ଚାଫ୍ ଏବଂ ଫ୍ଲେୟାର୍ ସିଷ୍ଟମ୍ ସହିତ ସଜ୍ଜିତ ହୋଇରହିଛି । ଯାତ୍ରା ସମୟରେ କୌଣସି ଆପତଃକାଳୀନ ପରିସ୍ଥିତି ଉପୁଜିଲେ ପ୍ରଧାନମନ୍ତ୍ରୀ ବିମାନ ଉଡାଣରେ ଥିବା ବେଳେ ମଧ୍ୟ ସେନା ଅଧିକାରୀମାନଙ୍କୁ କମାଣ୍ଡ ଦେଇ ପାରିବ। କ୍ଷେପଣାସ୍ତ୍ରକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଆଲୋକିତ ଅଗ୍ନି ଛାଡିଥାଏ ବିମାନ । ସେମାନଙ୍କର ତାପମାତ୍ରା ଜେଟ୍ ଇଞ୍ଜିନର ଅଗ୍ରଭାଗ କିମ୍ବା ନିଷ୍କାସନଠାରୁ ୨,୦୦ ଡିଗ୍ରୀ ଫାରେନ୍ହାଇଟ୍ ଅଧିକ ଅଟେ, ‘ଏୟାର ଇଣ୍ଡିଆ ୱାନ୍’ ବିମାନଟିରେ ଆଧୁନିକ ଏବଂ ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ରହିଛି ଫଳରେ ବିମାନକୁ ଖୁବ୍ ଶକ୍ତିଶାଳୀରେ ପରିଣତ କରିପାରିଛି।


