ଆମେରିକା ସ୍ଥିତ ଭାରତୀୟ ଔଷଧ କମ୍ପାନୀ ଉପରେ ସଙ୍କଟ
ନୂଆଦିଲ୍ଲୀ, (ଏଜେନ୍ସି): ଭାରତୀୟ ଔଷଧ କମ୍ପାନୀଗୁଡ଼ିକୁ ପେଣ୍ଟେଟ୍ ଆଇନ୍ ଅଧିନରେ ପ୍ରାୟତଃ ମୋକଦ୍ଦମାର ସମ୍ମୁଖିନ ହେବାକୁ ପଡ଼ୁଛି । ବର୍ତ୍ତମାନ ଏମାନଙ୍କ ବିରୋଧରେ କ୍ଲାସ୍ ଆକ୍ସନ ସୁଟ୍ସ, ଏଣ୍ଟ୍ରି ଟ୍ରଷ୍ଟ ସୁଟ୍ସ ଓ ବିସଲ ବ୍ଲୋଅର୍ ସୁଟ୍ସ ପରି ସମସ୍ତ ପ୍ରକାରର ମୋକଦ୍ଦମା ହେବାକୁ ଲାଗିଛି । ଏହି କାରଣରୁ ଫାର୍ମା କମ୍ପାନୀଗୁଡ଼ିକ ମଧ୍ୟରେ ନିବେଶରେ ସମସ୍ୟା ବୃଦ୍ଧି ହେବାର ଡଣ ସୃଷ୍ଟି ହେବାରେ ଲାଗିଛି । ମୂଲ୍ୟରେ ପ୍ରତିଦ୍ୱନ୍ଦିତା, ନିର୍ମାଣ ପ୍ରକ୍ରିୟାରେ ଠକେଇ ପରି କିଛି ପ୍ରମୁଖ କାରଣରୁ ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକ ବିରୋଧରେ ମୋକଦ୍ଦମା ହେବାରେ ଲାଗିଛି । ଆମେରିକାରେ ଔଷଧର କଥିତ ବ୍ୟବସାୟିକ ମୂଲ୍ୟକୁ ନେଇ ୧୮ଜେନେରିକ୍ ଫାର୍ମା କମ୍ପାନୀଗୁଡ଼ିକ ଉପରେ ଏଣ୍ଟ୍ରି ଟ୍ରଷ୍ଟ ମୋକଦ୍ଦମା ଚାଲିଛି । ଏଥିରେ ଅତିକମ୍ରେ ୫ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ଯେପରି ଅରବିନ୍ଦୋ ଫାର୍ମା, ଡକ୍ଟର ରେଡ୍ଡି ଲ୍ୟାବ୍, ଏମ୍କ୍ୟୋର, ଗ୍ଲେନ୍ମାର୍କ ଓ ଜାୟଡସ୍ ସାମିଲ ରହିଛି । ଆମେରିକାର ଏଯାବତ୍ର ଇତିହାସରେ କମ୍ପାନୀଗୁଡ଼ିକ ଠକେଇର ଏହା ସର୍ବବୃହତ୍ତ ମାମଲା । ବ୍ଲ୍ୟୁମ୍ବର୍ମ ଇଣ୍ଟେଲିଜେନ୍ସିର ଏକ ରିପୋର୍ଟ ଅନୁସାରେ ଆମେରିକାରେ ଏବେ ଔଷଧର ମୂଲ୍ୟକୁ ନେଇ ସୃଷ୍ଟି ହୋଇଥିବା ଏହି ଲଢ଼େଇ ୱାଶିଂଟନ୍ ଡିସିଙ୍କ ପର୍ଯ୍ୟନ୍ତ ନରହି ବର୍ତ୍ତମାନ ୫୦ରାଜ୍ୟ ପର୍ଯ୍ୟନ୍ତ ବିସ୍ତାର ହୋଇଛି । ଉଦାହରଣ ସ୍ୱରୁପ କାର୍ଲିଫୋର୍ଣ୍ଣିଆର ନୂଆ ଗଭର୍ଣ୍ଣର ଔଷଧର ମୂଲ୍ୟକୁ ଏକ ବୃହତ୍ତ ପ୍ରସଙ୍ଗ ବନାଉଛନ୍ତି । ଏଯାବତ୍ ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକ ଉପରେ ଏହି ଆଇନଗତ ଲଢ଼େଇର ଅତ୍ୟନ୍ତ ସିମିତ ପ୍ରଭାବ ହୋଇଛି । ହେଲେ ଏପରି ଆଇନ୍ ଗତ ଲଢ଼େଇର ଖର୍ଚ୍ଚ ଓ ବୁଝାମଣା କମ୍ପାନୀଗୁଡ଼ିକ ଉପରେ ବଡ଼ ଧରଣର ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏହା ପୂର୍ବରୁ ୟୁରୋପୀୟ ଓ ଆମେରିକି ଔଷଧ କମ୍ପାନୀଗୁଡ଼ିକୁ ଏହି ପ୍ରକାରର ଲଢ଼େଇରେ ବୃହତ୍ତ ମୂଲ୍ୟ ଦେବାକୁ ପଡ଼ିଥିଲା । ଯେଉଁଭଳି ଭାବେ ବିଶ୍ୱସ୍ତରୀୟ ଫାର୍ମା ମାର୍କେଟ୍ରେ ଭାରତୀୟ କମ୍ପାନୀଗୁଡ଼ିକର ଅଂଶ ବୃଦ୍ଧି ପାଉଛି, ସେହିପରି ଆଇନଗତ ସମସ୍ୟା ମଧ୍ୟ ବଢ଼ୁଛି । ଜାଣିଶୁଣି ଔଷଧର ମୂଲ୍ୟ ବୃଦ୍ଧି କରିବା ଏକ ଅପରାଧ । ଏହାର ପରିମାଣସ୍ୱରୁପ କମ୍ପାନୀଗୁଡ଼ିକୁ ଦଣ୍ଡ ଭାବେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ । ଗ୍ଲୋବାଲ୍ ଇନ୍ଭେଷ୍ଟମେଣ୍ଟ ରିସର୍ଚ ନେଟ୍ୱାର୍କ ସ୍ମାର୍ଟକର୍ମାର ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତୀୟ କମ୍ପାନୀଗୁଡ଼ିକ ଅରବିନ୍ଦୋ ଫାର୍ମା, ଡକ୍ଟର ରେଡ୍ଡି ଲ୍ୟାବ୍, ଏମ୍କ୍ୟୋର, ଗ୍ଲେନ୍ମାର୍କ, କ୍ୟାଡ଼ିଲା ହେଲ୍ଥକେୟାର ଓ ଜାୟଡସ୍ ମଧ୍ୟରୁ କୌଣସି ଗୋଟିଏର ସମ୍ଭାବିତ ନେଣଦେଣର ଅଂଶକୁ ନେଇ ପର୍ଯ୍ୟାପ୍ତ ସୂଚନା ମିଳିପାରି ନାହିଁ । ହେଲେ ନିଜର ମାର୍କେଟ୍ କ୍ୟାପ୍ସ ଓ ଆମେରିକୀୟ ବଜାରରେ ଏକ୍ସପୋଜର୍ ମଧ୍ୟରେ ହାଇ ରିସ୍କରେ ରହିଛନ୍ତି । ପ୍ରକାଶ ଯେ ପ୍ରତିବାଦୀ କମ୍ପାନୀଗୁଡ଼ିକର ସମୁଦାୟ ନେଣଦେଣ ୬ବିଲିଅନ୍ ଡଲାର ଟପିବାର ସମ୍ଭାବନା ରହିଛି । ଏହା ଏଯାବତ୍ର ସର୍ବବୃହତ୍ତ ଅନ୍ ରେକର୍ଡ଼ ବୁଝାମଣା ବୋଲି ଆକଳନ କରାଯାଉଛି । ଔଷଧ ମୂଲ୍ୟରେ ହୋଇଥିବା ଅଦ୍ଭୁତପୂର୍ବ ବୃଦ୍ଧି ମଧ୍ୟରେ ରାଜ୍ୟ ସରକାରଙ୍କୁ ଜେନେରିକ୍ ଫାର୍ମା କମ୍ପାନୀଗୁଡ଼ିକର ଯାଞ୍ଚ କରିବାକୁ ବାଧ୍ୟ ହେବାକୁ ପଡ଼ିଥିଲା । ଆମେରିକାରେ ଔଷଧ କମ୍ପାନୀଗୁଡ଼ିକ ବିରୋଧରେ ସରକାର ଏଣ୍ଟ୍ରି ଟ୍ରଷ୍ଟ ବ୍ୟତୀତ ରୋଗିଙ୍କ ସମୂହ ଦ୍ୱାରା କ୍ଲାସ୍ ଆକ୍ସନ ମୋକଦ୍ଦମା ମଧ୍ୟ କରାଯାଇଛି ।