ଆମେସିଂ ଗ୍ରାମରେ ପରିବା ଚାରା ରକ୍ଷଣା ବେକ୍ଷଣ ଏବଂ ଚାଷ ତାଲିମ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ୟୁନିଅନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଟାନ ଦ୍ୱାରା ଗୁମ୍ମା ବ୍ଲକ ଭୁବନୀ ଗ୍ରାମ ପଞ୍ଚାୟତର ଆମେସିଂ ଗ୍ରାମରେ ପରିବା ଚାରା ରକ୍ଷଣା ବେକ୍ଷଣ ଏବଂ ଚାଷ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟିତ ହୋଇଯାଇଛି । ସେରଙ୍ଗ ସ୍ଥିତ ଜନକଲ୍ୟାଣ ପ୍ରତିଷ୍ଠାନର ସହାୟତାରେ ଭୁବନୀ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଏବଂ ବେକାର ଯୁବକ ଯୁବକ ମାନେ ଯଥା ପ୍ରାୟ ୨୫ଜଣ ପରିବା ଚାରା ରକ୍ଷଣା ବେକ୍ଷଣ ଏବଂ ଚାଷ ତାଲିମ ନିମନ୍ତେ ଭାଗ ନେଇଛନ୍ତି । ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଭାରତ ସରକାରଙ୍କ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁସାରେ କୋଭିଡ୍-୧୯ ପ୍ରତିଷେଧକ ନିମନ୍ତେ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କୁ ମଧ୍ୟରେ ଜନକଲ୍ୟାଣ ପ୍ରତିଷ୍ଠାନର ଟିମ୍ ଲିଡର ବ୍ୟୁଟି ଲିମ୍ମା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିବାବେଳେ ଆର୍ସେଟିର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।