‘ଆମେ ଓଡ଼ିଆ ଭାରି ବଢ଼ିଆ’ କନକ୍ଲେଭ ଅୟୋଜିତ

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):’ଆମେ ଓଡ଼ିଆ ଭାରି ବଢ଼ିଆ’ କନକ୍ଲେଭ ଅୟୋଜିତ ହୋଇଯାଇଛି | ପ୍ରଥମ ପର୍ଯ୍ୟାୟ ରେ ଅୟୋଜିତ ଆଲୋଚନା ଚକ୍ର ରେ ମୋ କଲେଜ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ଓଡ଼ିଶା କୋଠା ବାଡ଼ି ନିର୍ମାଣ ନିଗମ ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଲୋକପ୍ରିୟ ପତ୍ରିକା କାଦମ୍ବିନୀ ର ସମ୍ପାଦିକା ଇତିରାଣୀ ସାମନ୍ତ ଓ ସମ୍ବାଦ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଯୋଗଦେଇ ମାତୃଭାଷା ପ୍ରତି ଆମର ଭଲପାଇବା ଓ ଦାୟିତ୍ୱବୋଧତା ସମ୍ପର୍କରେ ଆଲୋଚନା କରିଥିଲେ | ସେହିପରି ଦ୍ଵିତୀୟ ପର୍ଯ୍ୟାୟ ରେ ଅୟୋଜିତ ଆଲୋଚନା ଚକ୍ର ରେ ଓଡ଼ିଆ ସିନେମା ର ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଇଥିଲା | ଏଥିରେ ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତ୍ରୀ ତଥା ସମାଜସେବୀକା ବିଦୁସ୍ମିତା, ଓଡ଼ିଆ ସିନେ ପ୍ରଯୋଜକ ରମେଶ ବାରିକ୍ ଓ ଅଭିନେତ୍ରୀ / ଭଏସ୍ ଓଭର୍ ଆର୍ଟିଷ୍ଟ ରାକ୍ଷୀ ଦାଶ ଭାଗ ନେଇଥିଲେ | ସେହିପରି ଅନ୍ୟ ଏକ ପର୍ଯ୍ୟାୟ ରେ ବିଜେଡ଼ି ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଓ INWEC ର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁକୀର୍ତ୍ତି ପଟ୍ଟନାୟକ ସାମିଲ୍ ହୋଇଥିଲେ | ଏହି ଆଲୋଚନା ଚକ୍ର ର ବିଷୟ ବସ୍ତୁ ଥିଲା ‘ସୁଯୋଗ ଓ ସମ୍ଭାବନା ର ମାଟି ଓଡ଼ିଶା’ | ଆଉ ଏକ ସ୍ଵତନ୍ତ୍ର ପର୍ଯ୍ୟାୟ ରେ ପରିଚୟ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଯୋଗଦେଇ ମହିଳା ସଶକ୍ତିକରଣ, ସାମାଜିକ ସଂଗଠନ ର କର୍ତ୍ତବ୍ୟ ଓ ପରିଚୟ ଫାଉଣ୍ଡେସନ୍ ର ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ | ଶେଷ ପର୍ଯ୍ୟାୟ ରେ ଆଇପିଏଲ୍ ରେ ଓଡ଼ିଆ ଭାଷା ରେ ଆଙ୍କରି କରୁଥିବା ଲୋରିଆ ମହାନ୍ତି, ସର୍ବଜିତା ଫାଉଣ୍ଡେସନ୍ ର ଅଧ୍ଯକ୍ଷା ଝାନ୍ସୀ ରାଣୀ ଦାସ, ଯୁବ ଉଦ୍ୟୋଗପତି ଅବିନାଶ ଦାସ ଓ ଲେଖିକା ତଥା ମହିଳା ଉଦ୍ୟୋଗୀ ସୋନାଲିସା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଶେଷ ରେ ପିପିଏଲ୍ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ଯବାଦ ଅର୍ପଣ କରିବା ସହ ୨୦୧୭ ମସିହା ରୁ ଆରମ୍ଭ ହୋଇଥିବା ପିପିଏଲ୍ ଓଡ଼ିଆ ସବୁବେଳେ ସକରାତ୍ମକ ଖବର୍ ପରିବେଷଣ ସହ ରାଜ୍ୟରେ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ର ପ୍ରଚାର ପ୍ରସାର ସହିତ କ୍ରୀଡ଼ା, ମନୋରଞ୍ଜନ ଓ ସଫଳ ଉଦ୍ୟୋଗୀ ମାନଙ୍କୁ ଆଗକୁ ନେବାକୁ ଉତ୍ସାହିତ କରୁଛି ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ