“ଆମେ ଓଡ଼ିଆ, ଆମ ଓଡ଼ିଶା” ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଡୁମୁଡୁମାସ୍ଥିତ ମା’, ମାଟି, ମାତୃଭାଷା ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ ସଂଗଠନ “ଆମେ ଓଡ଼ିଆ, ଆମ ଓଡ଼ିଶା” ପକ୍ଷରୁ ଏକ ବନ୍ଧୁମିଳନ ଓ ସମ୍ମାନ କାର୍ଯ୍ୟକ୍ରମ ସ୍ଥାନୀୟ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରତିଷ୍ଠାତା ରାଜଗୁରୁ ସଭା ପରିଚାଳନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବେଣୁଧର ସାହୁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ମୁଖପାତ୍ର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅରବିନ୍ଦ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସମାଜସେବିକା ସୁଶ୍ମିତା ପାଣିଗ୍ରାହୀ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଓ ମହିଳାଙ୍କ ପ୍ରେରଣାର ଉତ୍ସ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ, ମା’, ମାଟି, ମାତୃଭାଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆମେ ଓଡ଼ିଆ, ଆମ ଓଡ଼ିଶା ସଂଗଠନ ପକ୍ଷରୁ ଓଡ଼ିଶାର ଭାଷା, କଳା, ଐତିହ୍ୟ, ସଂସ୍କୃତିକ ଆଗେଇ ନେବାରେ ଉକ୍ତ ସଂଗଠନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ଝୋଟି, ନୃତ୍ୟ ଓ ଉତ୍କଳର କଳା ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ହସ୍ତରେ ସମ୍ମାନିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରମୁଖ ସହଯୋଗ କରିଥିଲେ ବଳରାମ ସ୍ୱାଇଁ, ଇନ୍ଦ୍ରମଣି ଦେବୀ, ଜିତ୍‌, ରାଜ୍ୟଲକ୍ଷ୍ମୀ, ମେନକା କର, ମାନିନୀ ଦାସ, ମୃଦଳା ମହାନ୍ତି । ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର, ମହିଳା ସଂଗଠନମାନେ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସସ୍ମିତା ମହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ