ଆମେ ବାହାରେ ଅଛୁ, ଆପଣ ଘରେ ରୁହନ୍ତୁ , ନିରାପଦ ରୁହନ୍ତୁ : ହିଞ୍ଜିଳି ପୁଲିସ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ । ଦିନକୁ ଦିନ ମୃତ୍ୟୁ ହାର ବଢିବା ସହ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି କୌଣସି ପ୍ରତିଷେଧମୂଳକ ଔଷଧ ଆବିଷ୍କୃତ ହୋଇନଥିବା ବେଳେ କେବଳ ସଚେତନତା ହିଁ ଏହାର ଏକମାତ୍ର ପନ୍ଥା । ଏହି ପରିପ୍ରେକ୍ଷୀରେ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଫେବୃୟାରୀ ୨୨ ତାରିଖରେ ଦେଶରେ ଜନତାକର୍ଫ୍ୟୁ ଲାଗୁ କରିଥିବା ବେଳେ ୨୩ ତାରିଖ ଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୫ ତାରିଖ ଠାରୁ ଗଂଜାମ ଜିଲ୍ଲାକୁ ଆଂଶିକ ଶଟଡ଼ାଉନ ଘୋଷଣଶ କରାଯାଇଛି । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏହାକୁ ଅମାନ୍ୟ କଲେ ସହରାଂଚଳ ଜନସାଧାରଣଙ୍କ ଠାରୁ ୧ହଜାର ଟଙ୍କା ଓ ଗ୍ରାମାଂଚଳରେ ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଉଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । । ପ୍ରଶାସନ ପକ୍ଷରୁ ରୋଗଠାରୁ ଦୂରେଇବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବା ସହ ମୁହଁରେ ମାସ୍କ ବ୍ୟବହାର ଓ ବାହାରେ ବହୁ ସମୟ ବୁଲାବୁଲି ନକରିବା, ଜ୍ୱର, ଥଣ୍ଡା,କାଶ ହେଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି । ବଜାର ସଉଦା କରିବା ସମୟରେ ସାମାଜିକ ଦୂରତା ରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ହେଲେ ବିଡ଼ମ୍ବନାର ବିଷୟ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ସହ ଡ଼ାକବାଜି ଯନ୍ତ୍ର ସହାୟତାରେ ଗାଁ ଗାଁ ବୁଲି ସଚେତନ କରାଯାଉଥିଲେ ମଧ୍ୟ ଲୋକଙ୍କ ମଧରେ କୌଣସି ପ୍ରକାର ଫରକ ପଡ଼ୁନାହିଁ । କିଛି ଅମାନିଆ ମହାମ।।ରୀ ସଂକ୍ରମଣକୁ ହେୟଜ୍ଞାନ ମନେକରି ଅକାରଣରେ ବଜାରରେ ବାଇମକ ଧରି ଚକ୍କର କାଟୁଥିବାର ଦେଖିବାକୁ ମିଳୁଛି । ପୁଲିସ ପ୍ରଶଶସନ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନରେ ଯାନବାହାନ ଚେକିଂ ଜୋରଦାର କରାଯାଉଥିଲେ ମଧ୍ୟ ଅମାନିଆ ମାନେ ପୁଲିସ ପ୍ରଶାସନକୁ ଚକମା ଦେଖାଇ ବୁଲୁଛନ୍ତି । ବାଇକରେ ଚକ୍କର କାଟୁଥିବା ଆରୋହୀ ମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ଅମାନିଆଙ୍କ ମଧ୍ୟରେ କୌଣସି ଫରକ ପଡ଼ୁନାହିଁ । ପରିଶେଷରେ ହିଂଜିଳି ପୁଲିସ ପ୍ରଶାସନ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ଥାନାର ସମସ୍ତ କର୍ମଚାରୀ ହାତରେ ସଚେତନାମୂଳକ ପ୍ଳାକାର୍ଡ଼ ଧରି ସହର ପରିକ୍ରମା କରି ସହରବାସୀଙ୍କୁ ସଚେତନ କରାଇବା ସହ ବିଭିନ୍ନ ସାହି ବସ୍ତିରେ ପଥପ୍ରାନ୍ତ ସଭା ମାଧ୍ୟମରେ ଆମେ ଆପଣଙ୍କ ପାଇଁ ବାହାରେ ଅଛୁ, ଆପଣ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ବାର୍ତା ପ୍ରଦାନ କରିଥିଲେ । ହିଂଜିଳି ପୁଲିସ ପ୍ରଶାସନର ଏଭଳି ନିଆରା ସଚେତନତାକୁ ସହରବାସୀ ପ୍ରଂଶସା କରିଛନ୍ତି ।