ଆମେ ଭାରତବାସୀ ପକ୍ଷରୁ କାଶ୍ମୀର ବାସୀଙ୍କ ପ୍ରତି ସଂଘତି ଜ୍ଞାପନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ଓ ବିଭାଜନର ବର୍ଷ ପୂର୍ତ୍ତି ଅବସରରେ ଆମେ ଭାରତବାସୀ କେନ୍ଦ୍ରାପଡା ପକ୍ଷରୁ କାଶ୍ମୀର ବାସୀଙ୍କ ଆନ୍ଦୋଳନ ପ୍ରତି ସଂଘତି ଓ ସମର୍ଥନ ଜ୍ଞାପନ କରାଯାଇଛି । ଆର.ଏସ୍‌.ଏସ୍ ପରିଚାଳିତ କେନ୍ଦ୍ରର ବିଜେପି ସରକାର ସଂଖ୍ୟା ଗରିଷ୍ଠତା ବଳରେ ଅଗଣତାନ୍ତ୍ରିକ ଭାବେ ସାମ୍ପ୍ରଦାୟିକ ଭିତ୍ତିରେ ଜାମ୍ମୁ କାଶ୍ମୀରକୁ ତିନି ଖଣ୍ଡ କରିବା ସହିତ କାଶ୍ମୀର ଆତ୍ମା କହୁଥିବା ୩୭୦ ଧାରାକୁ ଉଚ୍ଛେଦ କରିବା ସହିତ ଦିର୍ଘ ବର୍ଷେ ହେଲା ସମସ୍ତ ଇଂଟରନେଟ ସେବା ବନ୍ଦ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନଜର ବନ୍ଦି ଏବଂ ଗୃହ ବନ୍ଦି କରି ରଖିବା ଏବଂ ସମସ୍ତ ଲୋକଙ୍କ ସ୍ୱାଧୀନତାକୁ ସମୂର୍ଣ୍ଣ ସଙ୍କୁଚିତ କରିବା କେବେ ସ୍ୱାଧୀନୋତ୍ୱର ଭାରତରେ ହୋଇ ନଥିଲା । ଏହା ବିଜେପି ସରକାରର ଏକଛତ୍ରବାଦୀ ନୀତିର ପ୍ରତିକ । ସମସ୍ତ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥାକୁ ସଂଙ୍କୁଚିତ କରିବା, ବିଚାର ବ୍ୟବସ୍ଥାକୁ ନିଜ ସପକ୍ଷରେ ବ୍ୟବହାର କରିବା ଏବଂ ଦମନ ମୂଳକ ନୀତି ନେବା, ଦେଶର ଧର୍ମ ନିରକ୍ଷେପ ସମ୍ବିଧାନକୁ ଧ୍ୱଂସ କରିବା ହେଉଛି ବିଜେପିର ମୂଳ ଏଜେଣ୍ଡା । ଇଣ୍ଡିଅ।। ଟୁଡେ ର ସର୍ଭେ ଅନୁଯାୟୀ ବର୍ଷକ ପରେ କାଶ୍ମୀର ପଣ୍ଡିତମାନେ ଅଖଣ୍ଡ ଜମ୍ମୁ କାଶ୍ମୀର ଓ ୩୭୦ ଧାରାର ପୁନଃ ପ୍ରଚଳନ ପାଇଁ ଦାବି କରୁଛନ୍ତି । ନୂଆ ବ୍ୟବସ୍ଥା ତାଙ୍କ ଜୀବନ ଜିବିକା ପାଇଁ ସଂକଟ ସୃଷ୍ଟି କରିଛି । ଆମେ ଭାରତବାସୀ କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ ଜାମ୍ମୁ କାଶ୍ମୀରର ଜନଗଣଙ୍କ ପ୍ରତି ସଂଘତିି ଜ୍ଞାପନ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ପଥପ୍ରାନ୍ତ ପ୍ଲାକାର୍ଡ କାର୍ଯ୍ୟକ୍ରମ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନ ତିନି ଆବାହକ ସି.ପି.ଆ.ଇ ର ଜିଲ୍ଲା ସଂପାଦକ ରମଣୀ ରଂଜନ ରାଉତରାୟ,ଗୟାଧର ଧଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ସଭାପତି ଅଧ୍ୟାପକ ଅଜୟ ସାମଲ, ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଚିନ୍ମୟ ପ୍ରସାଦ ବେଉରା, ସି.ପି.ଆଇ(ଏମ୍‌)ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଅକମଲ ଅଲ୍ଲୀ, ଭାଗିରଥୀ ଜେନା, ଜଗତଜୀବନ ଦାଶ, ଅମିୟ ନାୟକ, ପ୍ରଫୁଲ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ