ଆମେ ସ୍ୱାଧୀନ

୭୫ ବର୍ଷ ଚାଲିଲା ଭାରତ ସ୍ୱାଧୀନତା । ଶିକ୍ଷାଠାରୁ ଆରମ୍ଭ କରି କୃଷି ଓ ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଛି । ଲୋକମାନଙ୍କର ଜୀବନଶୈଳୀ ଓ ଅନ୍ୟାନ୍ୟ ସବୁ ଦିଗରେ ଅବର୍ଣ୍ଣନନୀୟ । ନାରୀ ସମାଜ ଅବାଧରେ ରାଜରାସ୍ତାରେ ବିନା ଦ୍ୱିଧାରେ ଚଳପ୍ରଚଳ । ଅର୍ଥର ଅଭାବ ନାହିଁ । ଅତି ସୁଖ ସ୍ୱାଚ୍ଛନ୍ଦ୍ୟରେ ଜୀବନ ଅତିବାହିତ କରୁଛନ୍ତି । ପରିଶ୍ରମ ନକରି ସରକାରଙ୍କଠାରୁ ସମସ୍ତ ପ୍ରକାର ସବୁ ଦିଗରେ କହିଲେ ଖାଇବାଠାରୁ ବିଦାୟ ନେବା ପର୍ଯ୍ୟନ୍ତ ଯୋଜନା ଉପରେ ଯୋଜନାମାନ କାର୍ଯ୍ୟକାରୀ ହେଉଛି । ଯୋଜନାର ଆଉ ସୀମା ନାହିଁ । ଲୋକେ ଘରେ ଶୋଇ ରହିଲେ ମଧ୍ୟ ସେମାନଙ୍କ ପେଟକୁ ଖାଦ୍ୟର ଅଭାବ ନାହିଁ । ଦେଶରେ ଗରିବ ସଂଖ୍ୟା ବଢ଼ିବାରେ ଲାଗିଛି । ମଧ୍ୟବିତ୍ତ ଗରିବ ଅବସ୍ଥା ପହଚବାର ସମୟ ଆସିଯାଇଛି । ଧନୀର ଧନ ବଢ଼ିବାର ସୀମା ଲଂଘି ଯାଇଛି ।
ବର୍ତ୍ତମାନ ଦେଶର ଅର୍ଥନୀତି ଏତେ ଅଧୋପତନ ହୋଇଛି ତାହା କଳ୍ପନାର ବାହାରେ । ଡଲାରକୁ ଟଙ୍କା ତୁଳନା କଲେ ଆମ ଭାରତୀୟ ମୁଦ୍ରା କେଉଁ ସ୍ତରରେ ପହଞ୍ôଚଛି ତାହା କହିବା କଷ୍ଟକର । ଜନସମାଜ ସ୍ୱାଧୀନତାର ମୂଲ୍ୟ ଆଜି ପର୍ଯ୍ୟନ୍ତ ହୃଦୟଙ୍ଗମ କରି ପାରିଲେ ନାହିଁ । ଇଂରେଜମାନେ ବିନା ରକ୍ତପାତରେ ବିନା ସଂଗ୍ରାମରେ ଦେଶକୁ ଭାରତୀୟମାନଙ୍କୁ ଟେକି ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।
ଇଂରେଜମାନେ ହୃଦୟଙ୍ଗମ କଲେ ଯେ ଆମେ ଭାରତୀୟମାନଙ୍କ ସହିତ ଲଢ଼େଇ କରିବା ସେ ଯୁଗ ଆଉ ନାହିଁ । ପରାଧୀନତା ଆମର ଆଉ ଏ ମନମୁଖୀ ଶାସନ ଚାଲିବ ନାହିଁ । ଲୋକଙ୍କୁ କଠିନ ଶାସ୍ତି ଦେଲେ ସେମାନେ ଏକତାବଦ୍ଧ ହୋଇ ଆମ ବିରୁଦ୍ଧରେ କି ଆନ୍ଦୋଳନ ଅସ୍ତ୍ରଶସ୍ତ୍ରରେ ଜବାବ ଦେବା ପାଇଁ ପ୍ରସ୍ତୁତ ହେଲେଣି । ତେଣୁ ସେମାନେ ଦେଶର ସର୍ବୋଚ୍ଚ ନେତାମାନଙ୍କୁ ଦେଶର ଭାର ଅର୍ପଣ କଲାବେଳେ ଇମ୍ପେରିୟଲ ବ୍ୟାଙ୍କରେ ୨୩୬୫ କୋଟି ଟଙ୍କା ଅର୍ଥ ରଖି ଦେଶ ଶାସନରେ ସୁବିଧା ହେବ ଭାବି ଅର୍ଥର ଆବଶ୍ୟକତା ମନେକରି ଜମା କରିଥିଲେ ପ୍ରଚୁର ଅର୍ଥ । ସମ୍ବିଧାନ ପ୍ରଣୀତ ହେଲା, ପୃଥିବୀ ବିଖ୍ୟାତ ସମ୍ବିଧାନ – କୋର୍ଟ କଚେରୀ ସ୍ଥାପନ ହେଲା – ନୀତିନିୟମ ଅନୁଯାୟୀ ରାଜ୍ୟ ଓ ଦେଶ ଶାସନ ହେଲା । ବିଧାୟକ, ସାଂସଦ, ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପଦପଦବୀ ହେଲା । ଦେଶରେ ରାଜକୋଷ ଶୂନ୍ୟ ହେଲା । ଆମ ସରକାର ଦେଶ ଶାସନ କରି ଲକ୍ଷ ଲକ୍ଷ କୋଟି ଋଣ ଭାର ବଢ଼ିଲା । ଦେଶ ଅନ୍ୟ ଦେଶକୁ ନିର୍ଭର କରି ଚଳିଲା । ନିଜ ଦେଶର ରୋଜଗାରରେ ଚଳିବା ଅସମ୍ଭବ ହେଲା । ଏସବୁ ଅବସ୍ଥା ଦେଖିଲେ ଦେଶ ଶାସନର ମୂଳଦୁଆ ଅଚିରେ ନଷ୍ଟ ହୋଇଯିବ । ଜନତାଙ୍କ ଅସହାୟତାକୁ ଠିକ୍ ନିୟନ୍ତ୍ରଣରୁ ବାହାରିଯିବ ।
ପରିବେଶ ସୁରକ୍ଷା ଓ ସୁନ୍ଦର ରାସ୍ତା ନିର୍ମାଣରେ ହଜାର ହଜାର ବର୍ଷର ବିଶାଳ ବୃକ୍ଷମାନ ସଫା କରି ଦିଆଗଲା । ବୃକ୍ଷରୋପଣ ଅଭିଯାନରେ ଗଛର ଦେଖା ନଥିଲା । ଲୋକମାନେ ଅତି ଉନ୍ନତ ସ୍ତରରେ ପହଞ୍ଚିଥିବା ମନେକଲେ । ଦେଶର ଶିକ୍ଷିତ ଅନ୍ୟ ଦେଶକୁ ଚାଲିଗଲେ । ରାଜ୍ୟର ଅବସ୍ଥା ଦେଖି ଅନ୍ୟ ରାଜ୍ୟକୁ ଯାଇ ବେଠି ଖଟିବାରେ ଲାଗିଲେ । ଶିକ୍ଷା ସମାନ ଚାକିରିର ବ୍ୟବସ୍ଥା ନଥିଲା । ମାତୃଭୂମି ବା ନିଜ ଜନ୍ମମାଟିରେ ଜାଉ, କାଞ୍ଜି, ଶାଗ ଓ ମୁଗ କଥା ମନେ ପକାଇଲେ କେହି ନ ଦେଖିଲା ଭଳି ଆଖିରୁ ଲୁହ ଗଡ଼ାଇ ଭଲରେ ଅଛି ବୋଲି କହିଲେ । ଏ ହେଲା ଆମର ଗଣତନ୍ତ୍ର ଦେଶର ସ୍ୱାଧୀନତା । ଡିଣ୍ଡିମ ପିଟାରେ ଦିନ ବିତିଲା । ଦେଶର ଅବସ୍ଥା କାହାକୁ କହିବା ।

ଶ୍ରୀ ବନମାଳୀ ସାମନ୍ତରା

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ