ଆମ୍ପୋର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ) : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ନିକଟସ୍ଥ ଆମ୍ପୋର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚଶଖା ଶିକ୍ଷାସେତୁ ସଙ୍ଗଠନର ଅଧ୍ଯକ୍ଷ ପ୍ରଭାତ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାବାଜୀ ବସ୍ତିଆ, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଅଜୟ କୁମାର ପରିଡା, ସିଆରସିସି ଅବଦୁଲ ମିସିକିନ୍ ଖା, ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ନାୟକ, କୁମରବର ସ୍ଵାଇଁ, ମିନତୀ ବେହେରା, ସୂର୍ଯ୍ୟନାରାୟଣ ପରିଜା, ପ୍ରଦୀପ୍ତ ଦାସ, ନରେନ୍ଦ୍ର ପରିଡା, ଭାରତୀ ସେନାପତି, ମଧୁସ୍ମିତା ବିଶ୍ଵାଳ, ପ୍ରଦୀପ କୁମାର ମହାନ୍ତି, ପଙ୍କଳ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ ଜରିଆ ରେ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ନୃତ୍ୟ, ଗୀତ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା କରାଯାଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।