ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ବୈଶିଙ୍ଗାର ନୂତନ ଥାନାର ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ବେତନଟୀ, (ଉଦିତ କୁମାର ପରିଡା ) : ସାମାଜିକ ସଂଗଠନ ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ବୈଶିଙ୍ଗା ଥାନାର ନୂତନ ଥାନା ଅଧିକାରୀ ବାରିଣୀ ଦାସଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଚି। ଆମ୍ବଗଡ଼ିଆ ବିକାଶ ପରିଷଦ ଅନେକ ଦିନରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ଆମ୍ବଗଡ଼ିଆ ଗ୍ରାମ ପଞ୍ଚାୟତରୁ ଜନ୍ମଲାଭ କରିଥିବା ଆମ୍ବଗଡ଼ିଆ ବିକାଶ ପରିଷଦ ସବୁବେଳେ ପରଉପକାର, ବିଭିନ୍ନ ସେବା , ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବିକାଶ ପରିଷଦ ରକ୍ତଦାନ, ମାଗଣା ଚକ୍ଷୁ ଚିକିତ୍ସା, ଅନେକ ସମାଜିକ କାର୍ଯ୍ୟକ୍ରମ ବିକାଶ ପରିଷଦ ର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୁଏ । ନିକଟରେ ପୂର୍ବ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ଅନ୍ୟତ୍ର ବଳଦି ପରେ ନୂତନ ଭାବେ ବୈଶିଙ୍ଗା ଥାନା ରେ ଯୋଗଦାନ କରିଥିବା ବାରିଣୀ ଦାସ ଙ୍କୁ ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବୈଶିଙ୍ଗା ଥାନା ଅଧୀନରେ ଥିବା ଅଞ୍ଚଳରେ କିପରି ଅପରାଧ ଓ ଆଇନ ଶୃଙ୍ଖଳା ବଜାୟ ରହିବ ସେ ସମ୍ପର୍କ ରେ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ମହାପାତ୍ର ଓ ଶ୍ରୀ ଦେବେନ୍ଦ୍ର ଆଚାର୍ଯ୍ୟଙ୍କ ପାଖରୁ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ରେ ବିକାଶ ପରିଷଦର ଉପଦେଷ୍ଟା ଅକ୍ଷୟ କୁମାର ମିଶ୍ର , ସଦସ୍ୟ ଚନ୍ଦନ ବାସ୍କେ, ଯୋଗେଶ୍ୱର ବେହେରା, କମଳାକାନ୍ତ ସାହୁ, ଅଶ୍ଵିନୀ ସିଂହ, ଲିଙ୍କନ ଆଚାର୍ଯ୍ୟ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।