ଆମ୍ବନାଳିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ହାଟଡ଼ିହି, : ହାଟଡିହି ବ୍ଲକ ଆମ୍ବନାଳିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୁନି ପୁର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ସିଆରସିସି କୁଶଧ୍ୱଜ ବେହେରା, ମୁଖ୍ୟ ବକ୍ତା ଭାବେ ବାଲିବରେଇ ସିଆରସିସି ପ୍ରଦୀପ କୁମାର ଦେହୁରୀ, ସମ୍ମାନୀତ ଅତିଥି ଭାବେ ମୁଣ୍ଡକାଠି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଶଙ୍ଖୁଆ, ଆମ୍ବନାଳିଆ ଅଙ୍ଗନବାଡି କର୍ମୀ ବିଣାପାଣୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଆନ୍ତରିକ ଉଦ୍ୟମ ଦ୍ୱାରା ହିଁ କୁନି କୁନି ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଜଣେ ଜଣେ ସୁ ନାଗରିକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ଦୀନବନ୍ଧୁ ଦାସ ମଞ୍ଚ ସଂଯୋଜନା କରିଥିବାବେଳେ ପ୍ରଧାନ ଶିକ୍ଷକ ନରୋତ୍ତମ ସେଠୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ ସଫଳତା ହାସଲ କରିଥିବା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


