ଆମ୍ବୁଲାନ୍ସ ଆସିଥିବା ସତ୍ତ୍ୱେ ସରକାର ଓ ପ୍ରଶାସନର କୋଭିଡ ନାମରେ କଟକଣା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଆମ୍ବୁଲାନ୍ସ ଆସିଥିବା ସତ୍ତ୍ୱେ ସରକାର ଓ ପ୍ରଶାସନର କୋଭିଡ ନାମରେ କଟକଣା ଓ ଆମ୍ବୁଲାନ୍ସ ନିକଟରେ ସୁନାର ସଂସାରକୁ ଭାଙ୍ଗିଦେଲା।୧ଘଣ୍ଟାର ବିତର୍କ ଓ ନେହୁରା ମଧ୍ଯରେ,ସ୍ତ୍ରୀର ସିନ୍ଦୁର ଲିଭିଗଲା, ବାପ ଛେଉଣ୍ଡ ହୋଇଗଲେ ବ୍ରହ୍ମପୁର, ପ୍ରହଲ୍ଲାଦ ନଗରର ନିଷ୍ପାପ ଦୁଇଜଣ ଛୁଆ।ଏଠାରେ କରୋନା କିମ୍ବା ରୋଗ ନେଲାନି ଜୀବନ ମାଁକୁ ସମ୍ମାନ ଓ କୁନିଛୁଆକୁ ଖାତାକଲମ ଖେଳନା ଦେବା ପ୍ରତିବଦଳରେ ଅମାନବିକାତାର ନିୟମ ମାଁ ର ମଥାରୁ ସିନ୍ଦୁର ପୋଛିଲା କୁନି ଛୁଆଙ୍କ ଆଖିରେ ଲୁହ, ଚୀର ପିତୃହୀନ ଦୁଃଖ ଦେଇଗଲା। ଆଗାମୀ ଦିନରେ ଏଭଳି ପିଲାମାନେ ମାନସିକ ସ୍ତରରେ କ’ଣ ହେବେ? ପରିବାର ଆଗରେ ଦେଖୁ ଦେଖୁ ନିମିସେକ ମାତ୍ରେ ଉଡିଗଲା ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ମନୋଜପ୍ରହରାଜଙ୍କ ଜୀବନ। କରୋନା ସଂଦେହରେ ପାଖ ମାଡିଲା ନାହିଁ ସରକାରୀ ବ୍ଯବସ୍ଥା। ମାନବିକତା ଶିକ୍ଷା ଦେଉଥୁବା ଏବଂ ମାନବିକତାର କଥା କହୁଥିବା ସରକାରଙ୍କ ବ୍ଯବସ୍ଥାରେ ମାନବିକତା ରହିଲାନାହିଁ । ଟିକେ ମାନବିକତା ଦେଖାଇଥିଲେ ବଞ୍ଚିପାରିଥାନ୍ତା ଅକାଳରେ ଝଡିଜାଇଥିବା ଜୀବନ।ଏହି ଘଟଣାକୁ ନେଇ ସ୍ଥାନିୟ ଅଞ୍ଚଳରେ ଶୋକର ଛାୟା ଖେଳିଜାଇଥିବା ସହିତ ଅସନ୍ତୋଷ ଦେଖାଦେଇଛି ।ଏହିପରି ଘଟଣା ବାରମ୍ବାର ଘଟୁଥିବା ବେଳେ ସରକାରି ବ୍ୟବସ୍ଥା କୁ ଦାୟୀ କରିଛନ୍ତି ସାହି ବାସିନ୍ଦା । ଏହିଭଳି ଘଟଣା ଆଗାମି ଦିନରେ ନଘଟେଏଥିପ୍ରତି ଦୃଢ ପଦକ୍ଷେପ ନେବା ପାଇଁ ଜନସାଧାରଣ ରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ