ଆମ୍ବୁଲାନ୍ସ ସହ ଟ୍ରକ ଧକ୍କା ; ୨ ମୃତ ୨ ଗୁରୁତର
ଯାଜପୁର: କୁହାଯାଏ ଦ୍ରୁତ ଗତି ମହାବିପତ୍ତି । ଦ୍ରୁତ ଗତି କାରଣରୁ ପୂର୍ବରୁ ବହୁ ଦୁର୍ଘଟଣା ଘଟି ପ୍ରାଣ ହାନୀ ହେବାର ନଜିର ରହିଥିବା ବେଳେ ରବିବାର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥ ରେ ରବିବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି । ସଡକ ଦୁର୍ଘଟଣା ଗୋଟିଏ ଆମ୍ବୁଲାନ୍ସ ସହ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ମିଳିଥିବା ଖବର ଅନୁଯାୟୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବ୍ରଜନଗର ନିକଟରେ ସମ୍ମୁଖରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ୨ ଜଣ ଗୁରୁତର ଆହାତ ହୋଇଥିବା ବେଳେ ୨ ଜଣଙ୍କର ପ୍ରାଣ ହାନୀ ଘଟିଛି । ଘଟଣାରେ ଗୁରୁତର ଆହାତ ଡ୍ରାଇଭର ଓ ସଂପର୍କୀୟ ମହିଳାଙ୍କୁ ଯାଜପୁର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନା୍ନ୍ତରିତ କରାଯାଇଛି ।


