ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଶ୍ରୀ ଶ୍ରୀ ବାୱଁଛେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ 69ତମ ମହାପରିନିର୍ବାଣ ଦିବସ ରେ ବିଭିନ୍ନ ଦଳିତ ସମାଜ ର ପ୍ରାୟ 200 ଲୋକଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ବିଧାନ ପ୍ରଣେତାଙ୍କ ସ୍ମୃତିଚାରଣ କରିବାସହ ଦଳିତ ସମାଜ କୁ ଅଦ୍ୟାବଧି ପ୍ରତେକ କ୍ଷେତ୍ରରେ ହୀନମାନ୍ୟତା ମଧ୍ୟରେ ରଖାଯାଇଥିବା ଘଟଣାବଳୀ କୁ ଦୁଃଖ ଏବଂ କ୍ଷୋଭର ସହ ପ୍ରକାଶ କରାଯାଇଥିଲା | ବିଶେଷକରି ବାବା ସାହେବଙ୍କ ପ୍ରତି ପ୍ରଶାସନ ର ଅବହେଳା ସହ କର୍ମଚାରୀମାନେ ମଧ୍ୟ ଅବହେଳା ଓ ଉଦାସିନ ପ୍ରକାଶ କରୁଥିବାର ଆଲୋଚନା କରାଯାଇଥିଲା | ଦଳିତ ସମାଜର ବୈଠକ କରିବାପାଇଁ ଖଣ୍ଡିଏ ଜାଗା ନପାଇ ପରଠାରେ ଭିକ୍ଷା ମାଗୁଛନ୍ତି | ଏହି ଅବସରରେ ସମସ୍ତଙ୍କଦ୍ୱାରା ଦୁଃଖ ଏବଂ ମର୍ମ ର ସହିତ ଦାବୀ କରାଯାଇଥିଲା ଯେ ଭଞ୍ଜନଗର ସହରରେ ବାବା ସାହେବଙ୍କ ନାମରେ ଏକ ସ୍ମୃତି ଭବନ କରାଯାଇ ସେଠାରେ ସମ୍ବିଧାନ ପ୍ରଣେତାଙ୍କ ପୂର୍ଣ୍ଣ ମୂର୍ତ୍ତି ସ୍ଥାପନ କରାଯାଉ |ଫଳରେ ଦଳିତ ସମାଜ ଉକ୍ତ ଭବନରେ ସଭାସମିତି କାର୍ଯ୍ୟ କୁ ତୁଲାଇପାରିବେ | ଏହାକୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦଳିତ ସମାଜ ର କର୍ମକର୍ତ୍ତା ସୋମନାଥ ନାୟକ ,ଦଣ୍ଡପାଣି ନାୟକ , ତୀର୍ଥ ଚୌଧୁରୀ , ଦାମୋଦର ନାୟକ , ସତ୍ୟ ନାୟକ , ସୂର୍ଯ୍ୟ ନାୟକ ,
ରତିକାନ୍ତ ଦାସ , ସୁଧୀର ନାୟକ , ପଞ୍ଚାନନ , ପ୍ରଶାନ୍ତ , ଟୁକୁନା , ମାଣିକେଶ୍ବର , ଚନ୍ଦନ ,ନିରାକାର ପ୍ରମୁଖ ଦଳିତ ସମାଜର ଭଦ୍ରବ୍ୟକ୍ତିମାନେ ସ୍ୱର ଉତ୍ତୋଳନ କରିଥିଲେ | ନିକଟ ଭବିଷ୍ୟତ ରେ ଏକ ବିଶାଳ ସଭା ଏବଂ ଶୋଭାଯାତ୍ରା ର ଆୟୋଜନ କରିବାପାଇଁ ସ୍ଥିର କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ