ଆମ୍ବେଦକରଙ୍କ ୭୫ତମ ମହାପ୍ରୟାଣ ଦିବସ ପାଳିତ

ପାରାଦୀପ, (ପୀତବାସ ପ୍ରଧାନ):ସମ୍ବିଧାନ ପ୍ରଣେତା ଡ଼. ବି.ଆର. ଆମ୍ବେଦକରଙ୍କ ୭୫ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଫୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦ ଓ ଛାତ୍ର ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଆମ୍ବେଦକର ପାର୍କରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହିତ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଇଂ ମାଧବେନ୍ଦ୍ର ଗୋଛାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ ଦିପ୍ତିରଞ୍ଜନ ସେଠୀ । ଏହି ଅବସରରେ ବଂଶୀଧର ଆଚାର୍ଯ୍ୟ, ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଦିପ୍ତିରଞ୍ଜନ ସେଠୀ, ଇଂ ମନୋଜ କୁମାର ନାୟକ, ଇଂ ଅନିଲ ମଲିକ, ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା, ସ୍ନେହମୟୀ ଆଚାର୍ଯ୍ୟ, ପରିକ୍ଷୀତ ତରାଇ, ସ୍ମୃତିରେଖା ବେହେରା ଓ ନଳିନୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ । ମନୋଜ ପାତ୍ର ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ