ଆମ୍ବେଦ କର ଟୁର୍ଣ୍ଣାମେଂଟ ଜୟନ୍ତୀପୁର ବିଜୟୀ
ଚିକିଟି, (କୁରେସ ସାହୁ):ଚିକିଟି ବ୍ଲକ ମଇସାନପୁର ଠାରେ ଗତ ୩ ତାରିଖ ଠାରୁ ମଇସନ୍ ପୁର ଠାରେ ଆରମ୍ଭ ହୋଇଥିବା ଆମ୍ବେଦକର କ୍ରିକେଟ୍ ଟୁଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଅଛି। ଆଜିର ଫାଇନାଲ ମ୍ୟାଚ୍ ରେ ଚଢେଇଗାଁ ଦଳ ପ୍ରଥମ ବ୍ୟାଟିଂ କରି ୧୪.୪ ଓଭର ରେ ୧୨୦ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲେ। ଏହାର ପ୍ରତି ଜବାବ ରେ ଜୟନ୍ତୀପୁର ଦଳ୧୩ ଓଭର ରେ ୧୨୧ରନ୍ କରି ଚାମ୍ପିଅନ ହୋଇଥିଲେ। ଫାଇନାଲ ମ୍ୟାଚରେ ସମ୍ମାନିତ ଅତିଥି ଭାବେ ଚିକିଟି ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀ ସଚିଦାନନ୍ଦ ପଣ୍ଡା ଯୋଗ ଦେଇ ୱିନରଅସ୍ ଅପ୍ ଟିମ୍ କୁ ଟ୍ରଫି ସହ ୧୦୦୦୦ ଟଙ୍କା ଏବଂ ରନରସ୍ ଅପ୍ ଟିମ୍ କୁ ଟ୍ରଫି ସହ ୭୦୦୦ ଟଙ୍କା ପ୍ରଦାନ କରିଥିଲେ। ଅନ୍ୟ ଅତିଥି ଭାବେ ସରପଂଚ ପ୍ରତିନିଧୀ ମିଟୁପ୍ରଧାନ ଯୋଗ ଦେଇ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ଚଢେଇଗାଁ ଦଳ ର ସୁମନ ଙ୍କୁ ପୁରସ୍କତ କରିଥିଲେ ଓ ଦେବରାଜ ପାଣିଗ୍ରାହୀ ଯୋଗ ଦେଇ ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜୟନ୍ତୀ ପୁର ଦଲ ର ଭାବେ ଭେଙ୍କି ଙ୍କୁ ପୁରସ୍କତ କରିଥିଲେ। ଏହି ଟୁଣ୍ଣାମେଣ୍ଟ ରେ ୧୬ ଟି ଟିମ୍ ଭାଗ ନେଇଥିଲେ ଏବଂ ବେଷ୍ଟ ବ୍ୟଟସମ୍ୟାନ୍ ଭାବେ ସୁମନଙ୍କୁ, ବେଷ୍ଟ ବୋଲର ଭାବେ ଚିନା ଙ୍କୁ ଓ ବେଷ୍ଟ ସିକ୍ସର ଭାବେ ସୁମନଙ୍କୁ ପୁରସ୍କତ କରାଯାଇଥିଲା।ଏହି ମ୍ୟାଚ୍ ରେ ଆମ୍ପାୟାର ଭାବେ ଏ. ଆନନ୍ଦ ରାଓ ଓ ଏ.ଡିଲି ରାଓ ଓ ସ୍କୋରର ଭାବେ ଉଐ ରାଜେଶ ମ୍ୟାଚ୍ ପରିଚାଳନା କରିଥିଲେ । ଉକ୍ତ ମ୍ୟାଚ୍ ରେ ଏ. ଜୟରଜ,ଏ . ଭଗୀରଥି ଓ ବିଜୟ ଗୌଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ।


