ଆମ୍ବୋରେ  ଅଗ୍ନିକାଣ୍ଡ : ଜଳିଗଲା ୪୦ବଖରା ଘର, ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

ହାଟଡ଼ିହି, (ବିକାଶ ବିଶ୍ୱାଳ), ହାଟଡିହି ବ୍ଲକ ଅଧିନସ୍ଥ ଆମ୍ବୋ ପଞ୍ଚାୟତ ଆମ୍ବୋ ଗାଁରେ ଆଜି ଦିନ ୧୧ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ଟି ପରିବାରର ୪୦ବଖରାରୁ ଉର୍ଦ୍ଧ ଘର ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଦିନ ୧୧ଟା ସମୟରେ ଅକସ୍ମାତ ଗାଁର ଶୁଭେନ୍ଦୁ ପାତ୍ରଙ୍କ ଘରେ ଅଗ୍ନିକାଣ୍ଡ ଘଟି ଚାହୁଁ ଚାହୁଁ ଚତୁର୍ଦ୍ଦିଗକୁ ବ୍ୟାପି ଯାଇଥିଲା । ଫଳରେ ଗାଁର ପ୍ରଭାସ ପଟ୍ଟନାୟକ, ଜଗବନ୍ଧୁ ପଟ୍ଟନାୟକଙ୍କ ୪ବଖରା, ପ୍ରମୋଦ ପଟ୍ଟନାୟକଙ୍କ ୪ବଖରା, ରଣଜିତ ପଟ୍ଟନାୟକଙ୍କ ୪ବଖରା, ରାଜେଶ ପଟ୍ଟନାୟକଙ୍କ ୪ବଖରା ଘର ସମେତ ସତ୍ୟନାରାୟଣ ପଟ୍ଟନାୟକ, ସୁନ୍ଦର ନାରାୟଣ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକଦିଲ୍ଲିପ ପଟ୍ଟନାୟକ, ସୁବ୍ରତ ପଟ୍ଟନାୟକ, ଦେବେନ୍ଦ୍ର ପଟ୍ଟନାୟକ, ଶୁଭେନ୍ଦୁ ପାତ୍ର, ସୁବାସ ପାତ୍ର, ମଣିଚରଣ ପାତ୍ରଙ୍କ ୪୦ବଖରାରୁ ଉର୍ଦ୍ଧ ଘର ଭଷ୍ମୀଭୁତ ହୋଇଯାଇଥିଲା । ଗାଁ ଲୋକମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାଣିର ଅଭାବ ଯୋଗୁଁ ନିଆଁକୁ ଆୟତ କରିପାରି ନଥିଲେ । ପରେ ହାଟଡିହି ଓ ଆନନ୍ଦପୁରରୁ ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲା ।ଏହି ଅଗ୍ନିକାଣ୍ଡରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ମୁଲ୍ୟର ସମ୍ପତ୍ତି ପୋଡି ଧ୍ୱସଂ ପାଇଯାଇଥିବା ଅନୁମାନ କରାଯାଉଛି । ଖବରପାଇ ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସାମଲ ପହଞ୍ଚି ବିପନ୍ନଙ୍କ କ୍ଷୟକ୍ଷତି ଆକଳନ କରିଛନ୍ତି । ଜିଲ୍ଲାପରିଷଦ ସୁରେନ୍ଦ୍ର କୁମାର ଜେନା, ସରପଞ୍ଚ ରାମଚନ୍ଦ୍ର ଦାସ, ପୁର୍ବତନ ସରପଞ୍ଚ ଜିତେନ୍ଦ୍ର ରାଉତ ପ୍ରମୁଖ ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରୁଛନ୍ତି । ପ୍ରଶାସନ ତୁରନ୍ତ ବିପନ୍ନ ମାନଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ