ଆମ୍ବୋ ବିଜୁ ଯୁବ ବାହିନୀ ପକ୍ଷରୁ ସବୁଜ ବନାନୀ କାର୍ଯ୍ୟକ୍ରମ
ହାଟଡ଼ିହି, : ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର ବିଜୁ ଯୁବାବହିନୀର ସଭାପତି ମହେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ‘ସବୁଜ ବନାନୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟ ସଦସ୍ୟାଙ୍କ ମିଳିତ ଉଦ୍ୟମରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ତିନିଶହରୁ ଉର୍ଦ୍ଧ ଚାରା ରୋପଣ କରାଯିବା ସହ ଗାଁ ଜନସାଧାରଣଙ୍କୁ ବୃକ୍ଷ ବିନା କିପରି ଜୀବଜଗତ ମୃତ୍ୟୁର ନିକଟତର ହେଉଛି ସେ ବିଷୟରେ ସଚେତନ କରାଯାଇଥିଲା । ବିଜୁ ଯୁବବାହିନୀର ସମ୍ପାଦକ ସଞ୍ଜିବ କୁମାର ଦାସ, କୋଷାଧ୍ୟକ୍ଷ ମମତାମୟୀ ମଣ୍ଡଳ, ସୌମ୍ୟ ରଞ୍ଜନ ସାହୁ, ବସନ୍ତ କୁମାର ମାଝୀ, ଦେବେନ୍ଦ୍ର ମାଝୀ, ଅର୍ଜୁନ ମଣ୍ଡଳ, ପ୍ରୀୟମ୍ବଦା ପାତ୍ର, ସ୍ୱର୍ଣ୍ଣଲକ୍ଷ୍ମୀ ବିଶ୍ୱାଳ, ସସ୍ମିତା ତରେଇ, ସସ୍ମିତା ମହାପାତ୍ର, କଳ୍ପତରୁ ଦାସ, ନିମାଇଁ ଚରଣ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।