ଆମ୍ବ ଉତ୍ପାଦନ ଓ ରପ୍ତାନୀର ପେଣ୍ଠସ୍ଥଳୀ କାଶୀନଗର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାର କାଶୀନଗର ବଂଶଧରା ନଦୀ ବାଲି ପଠା ଠାରେ ଆମ୍ବ ଚାଷୀ ମାନେ କାଶୀନଗର ନିକଟସ୍ଥ ଗ୍ରାମ ମାନଙ୍କରେ ଥିବା ଆମ୍ବ ତୋଟାରୁ ବିଭିନ୍ନ ପ୍ରକାର ଆମ୍ବର ପସରା ଆଣି ବସି ଥିବା ଦେଖାଯାଇଛି,ଏହି ଚାଷୀ ମାନେ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ପ୍ରତେକ ବର୍ଷ ଏଭଳି ଆମ୍ବ ଆଣି ବିକ୍ରି କରି ବେଶ ଲାଭଵାନ ହେବେ ବୋଲି ଆଶା ରଖିଛନ୍ତି. ଏହି ବଜାରରେ ସୁବର୍ଣ୍ଣ ରେଖା, ଅଣ୍ଟୁ ଆମ୍ବ, ଆଖୁରସ ଆମ୍ବ ଓ କଲମି ଆମ୍ବ ମିଳୁଛି. ଦେଶୀ ବଜାରକୁ ବହୁ ପରିମାଣ ର ଆମ୍ବ ପହଂଚି ଥିବା ହେତୁ ଆମ୍ବ ଦର କମ ଥିବା ଲକ୍ଷ କରାଯାଉଛି.ହେଲେ ଆମ୍ବ ଚାଷ ପାଇଁ ବଉଳ ଅମାବାସ୍ୟା ଠାରୁ ସାବିତ୍ରୀ ବ୍ରତ ଯାଏଁ ଚାଷୀ ତୋଟା ରେ ଯଗି ରହି ନିଜର ଫସଲ ବିକ୍ରୀ କରିବା ଆଶାରେ ଚାହିଁ ବସିଥାଏ | ଯଦି ଓ ବର୍ଷା ପବନ ନଂ ହୁଏ ତେବେ ଚାଷୀ ଦି ପଇସା ପାଇବାର ଆଶା ରଖିଥାଏ | ହେଲେ କାଳ ବୈଶାଖୀ ହେଲେ ଚାଷୀ ର ସବୁ କ୍ଷତି ହୋଇଯାଏ,| ତଥାପି ଏହି ସିଜନ ରେ ବେଶ ଦୁଇ ପଇସା ଅର୍ଜିବା ପାଇଁ ବ୍ୟାକୁଳ ହୋଇ ଏହି ବେପାର କୁ ଆପଣେଇଥାଏ | ଉତ୍ପାଦନ ଓ ରପ୍ତାନି ର ପେଣ୍ଠ ପାଲଟି ଥିବା କାଶୀନଗର ଆମ୍ବ ବିଭିନ୍ନ ଜଗତେ ତାର ଚାହିଦା ବଢ଼ାଇ ପାରିଛି | ଏତଦ ବ୍ୟତୀତ ଟମାଟୋ ମଧ୍ୟ ଭଲ ଉତ୍ପାଦନ ହୁଏ, କିନ୍ତୁ ଏଠାରେ ଶୀତଳ ଭଣ୍ଡାର ନଥିବା ଯୋଗୁଁ ଚାଷୀ ବହୁତ କାମ ଦାମ ରେ ନିଜ ଜିନିଷ ବିକ୍ରୀ କରିବାକୁ ବାଧ୍ୟ ହୁଏ |


