ଆମ୍ବ ଗଛକୁ ଧକ୍କା କାର ଦେଲା ଦୁଇ ମୃତ
ନିମାପଡ଼ା,(ସନ୍ତୋଷ ଦାଶ):ନିମାପଡା-କୋଣାର୍କ ରାସ୍ତାର ଜୁଣେଇ ଛକ ଠାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦ୍ରୁତ ଗତିରେ ଆସୁଥିବା କାର ଚାଳକ ଭାରସମ୍ୟ ହରାଇ ଏକ ଆମ୍ବ ଗଛରେ ଧକା ଦେଇଥିଲା ।ଯାହା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଗୁରୁତର ହୋଇଥିଲେ।କୋଣାର୍କ ନିକଟସ୍ଥ ଜୁଣେଇ ଛକ ବୁଲାଣି ମୁଣ୍ଡ ଠାରେ ଗୋପ ପଟୁ ଆସୁଥିବା ଏକ ଓଡ଼ି ୦୨ ବିଟି ୫୩୬୩ ଧଳା ରଙ୍ଗର କାର ଭାର ସମ୍ୟ ହରାଇ ବୁଲାଣି ମୁଣ୍ଡରେ ଥିବା ଆମ୍ବ ଗଛ କୁ ଧକା ଦେଇଥିଲା ।ଏହି ଧକ୍କା ଏପରି ଏକ ବଡ଼ ଶବ୍ଦ ହୋଇଥିଲା ସ୍ଥାନୀୟ ଲୋକମାନେ ଉଠି ଦେଖିବା ପରେ ସ୍ଥାନୀୟ ଥାନା ସହିତ କୋଣାର୍କ ଅଗ୍ନିଶମ ବିଭାଗ କୁ ଖବର କରିଥିଲେ । ଘଟଣା ସ୍ଥଳରେ କୋଣାର୍କ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କଟର ଦ୍ୱାରା କାଟି ଗୁରୁତର ଅବସ୍ଥାରେ କାର ଚାଳକ ନିଆଳି ବ୍ଲକ ବିନିସିପୁର ଅଞ୍ଚଳର ତପନ ସାହୁ କୁ ଉଦ୍ଧାର କରି ପ୍ରଥମେ ଗୋପ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ପଠାଇଥିବା ବେଳେ ଅଳ୍ପ ଦୂରରେ ଛିଟିକି ପଡିଥିବା ଦୁଇ ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ମୃତ୍ୟୁ ଦୁଇଜଣ ହେଲେ ନିଆଳି କଣ୍ଟାପଡା ଅଞ୍ଚଳର ଗୁଣନିଧି ସାହୁଙ୍କ ଏକମାତ୍ର ପୁଅ ବିଶ୍ଵଜିତ ସାହୁ (୩୦) ଓ ଭୁବନେଶ୍ୱର ନୂଆପଲ୍ଲୀ ରେଣ୍ଟାଲ ଅଞ୍ଚଳର ରାଜେନ୍ଦ୍ର ବେହେରା ଙ୍କ ଏକ ମାତ୍ର ପୁଅ ପ୍ରଦୀପ ବେହେରା (୨୭) ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।ଏହି ଦୁଇ ମୃତ ଦେହ କୁ କୋଣାର୍କ ପୋଲିସ ଜବତ କରି ଅପମୃତ୍ୟୁ ମାମଲା କେସ ନଂ ୨୧୭/୨୦୨୪ ରୁଜୁ କରି ବ୍ୟବଚ୍ଛେଦ କରିବା ପାଇଁ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଥିଲେ ।