ଆମ୍ବ ଗଛରୁ ପଡି ଯୁବକ ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୁହାଳଡାଙ୍ଗିରୀ ପଞ୍ଚାୟତର ଝୁଲଣ ଗ୍ରାମର ଅମିର ମୁଣ୍ଡା(୩୫) ନାମକ ଯୁବକ ଆମ୍ବଗଛକୁ ଚଢି ଆମ୍ବତୋଳୁଥିବାବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ଗୋରୁମହିଷାଣୀ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ