ଆମ୍ବ ତୋଟା ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଏସ. ଗୋପାଳପୁର ପଞ୍ଚାୟତ ପୁରୁଣାଗଡ଼ ଗ୍ରାମ ନିକଟ ରେ ଏକ ଆମ୍ବ ତୋଟା ରୁ ଜଣେ ଯୁବତୀ ଙ୍କ ମୃତ ଦେହ ଉଦ୍ଧାର କରିଛି ପାଟପୁର ପୋଲିସ l ଯୁବତୀ ଜଣକ ଶେରଗଡ଼ ଥାନା କେଉଟ ସାହିର କାମିନୀ ବିଷୋୟୀ (୨୦)l ସୂଚନା ଅନୁଯାୟୀ କାମିନୀ ବିଷୋୟୀ ଗୁରୁବାର ଦିନ ବିଲକୁ ମୁଗ ଉପାଡ଼ିବାକୁ ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ।ଯାହା ଫଳରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ l ଶୁକ୍ରବାର ପୁରୁଣାଗଡ଼ ଗ୍ରାମ ନିକଟ ଏକ ଆମ୍ବ ତୋଟରେ ଜଣେ ଯୁବତୀ ଙ୍କ ମୃତ ଦେହ ଝୁଲୁଥିବା ଗ୍ରାମ ବାସି ଦେଖିବାକୁ ପାଇଥିଲେ । ଏନେଇ ପାଟପୁର ପୋଲିସ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଯୁବତୀ ଜଣଙ୍କ ଶେରଗଡ଼ କେଉଟ ସାହିର କାମିନୀ ବିଷୋୟୀ ବୋଲି ଜଣା ପଡ଼ିଥିଲା l ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଝିଅର ମୃତ ଦେହ ଚିହ୍ନିବା ପରେ ପାଟପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି। ଏହି ଘଟଣାର ତଦନ୍ତ କରୁଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।