ଆମ୍ବ ବୋଝେଇ ପିକଆପ୍ ଭ୍ୟାନ୍ ଓଲଟି ଡ୍ରାଇଭର ମୃତ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ (ବ୍ୟାଙ୍କ କଲୋନୀ ଛକ) ଠାରେ ଏକ ଆମ୍ବ ବୋଝେଇ ପିକ୍‌ଆପ୍ ଭ୍ୟାନ ଗାଡ଼ି ମଙ୍ଗଳବାର ରାତ୍ର ୨ରୁ ଟାରୁ ୩ ଟା ସମୟରେ ଭାରସାମ୍ୟ ହରାଇ ଡିଭାଇଡ଼ରକୁ ପିଟି ହୋଇଥିଲା । ଫଳରେ ଗାଡ଼ିଟି ସଂପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ମୃତ ଡ୍ରାଇଭର ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଗପୁର ଅଂଚଳର କେ. ବାବୁ ରାଓ ବୋଲି ଜଣାପଡ଼ିଛି । ଏହି ପିକ୍‌ଆପ ୍ ଭ୍ୟାନ୍ ଗାଡି ଟି ଗିରିସୋଲା ଠାରୁ ଆମ୍ବ ବୋଝେଇ ହୋଇ ପୁରୀ ଅଭିମୁଖେ ହୋଇ ଯାଉଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଛତ୍ରପୁର ଥାନା ପୁଲିସ ପହଂଚି ଗାଡ଼ିକୁ ରାସ୍ତାରୁ ହଟାଇ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ