ଆମ୍ୱଗାଡିଆ ଠାରେ ମୃତ ଶରୀର ଉଦ୍ଧାର
ଖୋର୍ଦ୍ଧା (ଯୁଗାବ୍ଦ ନ୍ୟୁଜ) ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ପୁଆଣିଆ ଗ୍ରାମର ସନ୍ତୋଷ କୁମାର ପ୍ରଧାନ ୩୮ ପୁଆଣିଆ ଆମ୍ୱଗାଡିଆ ପାଖରେ ଥିବା ଚୂଆ ଠାରେ ବୁଡି ରହିଥିବା ବେଳେ ଘର ଲୋକ ଉଦ୍ଧାର କରିଥିଲେ ।ସୂଚନା ଥାଉକି ୨ଦିନ ତଳୁ ସେ ନିଖୋଜ ରହିଥିବା ବେଳେ ତାଙ୍କର ପରିବାର ଲୋକେ ବହୁତ ଖୋଜାଖୋଜି କରୁଥିଲେ । ଆଜି ପରିବାର ଲୋକେ ଏକ ଚୂଆରୁ ସଂତୋଷଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।