ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ : ସାଧାରଣତନ୍ତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ଓ ରାମସାଗର ଛକ ଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ଥିବା ଜିଲ୍ଲା କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲା କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ରାମ ସାଗର ଠାରେ ଆପ୍ ଗଜପତି ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଭାରତର ସମ୍ବିଧାନ ଓ ଗଣତନ୍ତ୍ରକୁ ଶ୍ରେଷ୍ଠ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ୩ ଟି କୃଷି ଆଇନ୍ ବିରୁଦ୍ଧରେ ଦୀର୍ଘ ୧ ବର୍ଷ ଧରି ଭାରତ ବର୍ଷର ଚାଷୀଙ୍କ ଆନ୍ଦୋଳନ ପରେ କିଭଳି ସରକାରଙ୍କୁ ମୁଣ୍ଡ ନୁଆଇଁବାକୁ ପଡ଼ିଥିଲା ସେ ବିଷୟରେ କହିଥିଲେ। ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ କୃଷି ଆନ୍ଦୋଳନ ରେ ସହୀଦ ହୋଇଥିବା ୭୫୦ ଜଣ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଗୁରୁ,ଲୋଗସ ଦାସ୍ ବର୍ଦ୍ଧନ, ତ୍ରିନାଥ ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ,ଶେଖ ମୋଜିବ, ଚନ୍ଦ୍ର ମୋହନ ଯାଦବ,ଡି.ରାମା ରାଓ,ପୋନ୍ଦୁରୁ କୁମାର,କୋଟେଶ୍ୱର ରାଓ,ବୋୟାଜ ବେବର୍ତ୍ତା, ଶିଶିର ପାଢି, କାଳୀ ଚରଣ ପଟ୍ଟନାୟକ, ସନ୍ଦିପ ସୂର୍ଯ୍ୟବଂଶି, ପ୍ରେମାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।