ଆମ ଅଞ୍ଚଳ ର ଲୋକଗୀତ ଓ ଲୋକନୃତ୍ୟ ଧର୍ମେନ୍ଦ୍ର ପ୍ରଧାନ ଙ୍କ କରକମଳ ରେ ଉନ୍ମୋଚିତ

ସମ୍ବଲପୁର, (ଯୁଗାବ୍ଦ ନ୍ୟୁଜ):ସମ୍ବଲପୁର ସ୍ଥିତ ଗ୍ରିନ୍ ପାର୍କ ଠାରେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ଓ ଲୋକ ଗୀତ କୁ ନେଇ ପଶ୍ଚିମ ଓଡ଼ିଶା ର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଏକ ପୁସ୍ତକ ଆମ ଅଞ୍ଚଳ ର ଲୋକଗୀତ ଓ ଲୋକନୃତ୍ୟ ରଚନା କରଛନ୍ତି। ଯାହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ କରକମଳ ରେ ଉନ୍ମୋଚିତ ହୋଇଅଛି। ଏହି ପୁସ୍ତକ ଟି ଆଜିର ଡିଜିଟାଲ ଯୁଗରେ କବି ଙ୍କ ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ l ଏହି ଅବସରରେ ରାଜ୍ୟସରକାର ଙ୍କ ପଞ୍ଚାୟତି ରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରୟଣ ନାୟକ, ଗଙ୍ଗାଧର ମେହେର ବିଶ୍ଵବିଦୟାଳୟ ର କୁଳପତି ପ୍ରଫେସର ଏନ ନଗାରାକୁ, ମାନସ କୁମାର ବକ୍ସି, କଳାକାର ଭାଗିରଥି ମିଶ୍ର ଉପସ୍ଥିତ ଥିଲେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମରେ ଶାଶ୍ଵତ ତ୍ରିପାଠୀ ଜନ୍ମ ଗ୍ରହଣ କରିଛନ୍ତି। ପିଲାଟି ଦିନରୁ କଳା ପ୍ରତି ରୁଚି ରଖି ଜଣେ ସଫଳ କଳାକାର ଭାବେ ସେ ବେଶ୍ ଜଣା ଶୁଣା। ସୁବର୍ଣ୍ଣପୁର ଜିଲ୍ଲା ର ସେ ପ୍ରଥମ ସଦସ୍ୟ ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କୁ ମନୋନୀତ ହୋଇଥିଲେ। ଏହି ପୁସ୍ତକ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ପାଇଁ ବେଶ ଉପଯୋଗୀ ହେବ ବୋଲି ଅତିଥିମାନେ ଉପସ୍ଥାପନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ