ଆମ ଆଦମୀ ପାର୍ଟିର ଯୁବ ସଭାପତି ହେଲେ ନୀଳକଣ୍ଠ ରେଡି
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଆମ ଆଦମୀ ପାର୍ଟିର ନୂତନ ଭାବେ ନିଯୁକ୍ତ ହୋଇଥିବା ଯୁବ ୱିଙ୍ଗ ସଭାପତିଙ୍କୁ ଜିଲ୍ଲା ନେତୃତ୍ବ ଓ କର୍ମୀ ମାନଙ୍କ ପକ୍ଷରୁ ଶନିବାର ଛତ୍ରପୁର ନିକଟସ୍ଥ ଲିସ୍ସା ଗ୍ଯଲେକ୍ସି କନଫରେନ୍ସ ହାଲରେ ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀଙ୍କୁ ସମ୍ବର୍ଦ୍ଦନା ଦିଆଯାଇଛି ।ଏହି ଅବସରରେ ଶ୍ରୀ ରେଡ୍ଡୀ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଯୁବକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି । ଏହା ସହିତ ଭୁଷୁଡ଼ି ଯାଇଥିବା ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ଯବସ୍ଥା ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ସମ୍ବର୍ଦ୍ଦନା ଉତ୍ସବରେ ଆପ୍ ଜିଲ୍ଲା ଆବାହକ ସୁଭାଷ ଚନ୍ଦ୍ର ରାଉତ , ଜିଲ୍ଲା ଉପସଭାପତି ସୁଧୀର କୁମାର ପ୍ରଧାନ, ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ ,ବ୍ରହ୍ମପୁର ନଗର ସଭାପତି ସି.ହରପ୍ରସାଦ , ଜିଲ୍ଲା ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ , ଜିଲ୍ଲା ଆଇନ ପରାମର୍ଶ ଦାତା କୈଳାସ ସେଠୀ, ଜିଲ୍ଲା ମହିଳା ଯୁବ ସଭାପତି ସି.ପ୍ରିୟଙ୍କା, ଛତ୍ରପୁର ବିଧାନସଭା ବରିଷ୍ଠ ସଂଗଠିକା ରୀତୁ ସେଠୀ,ବ୍ରହ୍ମପୁର ବରିଷ୍ଠ ସଙ୍ଗଠକ ସୁକାନ୍ତ ପାଣିଗ୍ରାହୀ,ଛତ୍ରପୁର ବିଧାନସଭା ମୁଖ୍ୟ ସଙ୍ଗଠକ ପଦ୍ମନାଭ ମହାରଣା,ଛତ୍ରପୁର ବ୍ଲକ ସଙ୍ଗଠକ ଅଜାମ୍ବିଳ ବିଶ୍ୱାଳ ସହ ବହୁକର୍ମୀ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିଥିଲେ l