ଆମ ଆଦମୀ ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡି କଲେଜ ଛକ ଠାରେ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀପ୍ରସାଦପଣ୍ଡା) : ଆମ୍ ଆଦମୀ ପାର୍ଟି ଓଡିଶା ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେଟ୍ରୋଲ, ଡିଜେଲ, ଗ୍ୟାସ୍, ବିଦ୍ୟୁତ୍ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ବିରୁଦ୍ଧରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆପ୍ ଗଜପତି ଜିଲ୍ଲା ଶାଖା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୂଖ୍ୟତଃ କେନ୍ଦ୍ର ସରକାରଙ୍କ ଦ୍ଵାରା ଅହେତୁକ ତୈଳ ଦର ଓ ଗ୍ୟାସ୍ ଦର ବୃଦ୍ଧିରେ ଲୋକ ଅତିଷ୍ଠ ହେଲେଣି। କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଳ ସାମାନ୍ୟ କମ୍ କରିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ୍ ୧୦୦ ଟଙ୍କା ଉପରେ ରହିଛି ସେହିପରି ଗ୍ୟାସ୍ ଦର ୧୦୦୦ ଟଙ୍କା ପଖରେ ପହଞ୍ଚିଲାଣି । ଏପଟେ ରାଜ୍ୟ ସରକାର ବୋଝ ଉପରେ ନଳିତା ବିଡା ସଦୃଶ ଗତ ବିଜୁଳି ଦର ବଢେଇବାରେ ଲାଗିଛନ୍ତି। ନିତ୍ୟ ବ୍ୟବହୃତ ସାମଗ୍ରୀ ତେଲ,ଆଳୁ, ପିଆଜ ଓ ଅନ୍ୟାନ୍ୟ ପନି ପରିବା ଦାମ୍ ଆକାଶ ଛୁଆଁ ହେଲାଣି ।କୋରନା ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏଭଳି ଦର ଦାମ୍ ବୃଦ୍ଧି ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ତୁରନ୍ତ ପେଟ୍ରୋଲ, ଡିଜେଲ , ରନ୍ଧନ ଗ୍ୟାସ୍, ବାଣିଜ୍ୟିକ ରନ୍ଧନ ଗ୍ୟାସ୍ ଆଦିର ଦର ହ୍ରାସ କରିବା, ଓଡ଼ିଶାର ପ୍ରତୈକ ପରିବାରକୁ ଦିଲ୍ଲୀ ଭଳି ୨୦୦ ୟୁନିଟ ବିଜୁଳି ମାଗଣା ପ୍ରଦାନ କରିବା, ଆଳୁ ପିଆଜ ଓ ଅନ୍ୟାନ୍ୟ ପନି ପରିବା ଦର ନିୟନ୍ତ୍ରଣ କରିବା, ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଜମାଖୋରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ଚାଷୀଙ୍କ ଖରିଫ ଫସଲ ପାଇଁ ସାର ଅଭାବ ଦୂର କରିବା ପାଇଁ ଉଭୟ ସରକାର ତୁରନ୍ତ ବିହିତ ପଦକ୍ଷେପ ନେବା, ରାଜ୍ୟର ପ୍ରତ୍ୟେକ ଜିଲ୍ଲା କିମ୍ବା ବ୍ଲକରେ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନୁଯାୟୀ ଶ୍ରମିକ ମାନଙ୍କୁ ତୁରନ୍ତ କାମ ଯୋଗାଇ ଦେବା ଭଳି ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମ ରେ କିଶୋର ଚନ୍ଦ୍ର ଗୁରୁ ,ବୋୟାଜ ବେବର୍ତ୍ତା ,ସଚିଦାନନ୍ଦ ପଣ୍ଡିତ ଶେଖ ମୋଜିବ ପ୍ରଫୁଲ୍ଲ ଲିମ୍ମା,ଲୋକନାଥ ଭୁକ୍ତା, ବାବୁଲା ରଣା,ଭିମସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ