ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଗାଁଗାଁ ରେ ହେଲା ବୁଧି ବାମନ ଓଷା
ନିମାପଡା, (ସନ୍ତୋଷ ଦାଶ):ଆମ ଓଡ଼ିଆ ଘରେ ବାର ମାସ ରେ ପାଳିତ ହୋଇଥାଏ ତେର ଓଷା l ଆଜି ଭାଦ୍ରବ ମାସ ର ପ୍ରଥମ ବୁଧବାର l ପାରମ୍ପରିକ ପ୍ରଥlନୁସାରେ ପୁରୀ ଜିଲ୍ଲା ର ଗାଁ ଗାଁ ରେ ପାଳିତ ହୋଇଛି ବୁଧି ବାମନ ଓଷା l ଏହା ପ୍ରକୃତରେ ମା ବିମଳା ଙ୍କ ପୂଜା l ପ୍ରାତଃ ରୁ ସଧବା ମହିଳା ମାନେ ସ୍ନlନ ସାରି ଫୁଲ,ଫଳ,ମୂଳ,ଭୋଗ, ଦୀପ ନେଇ ପହଂଚିଥିଲେ ଗାଁ ମନ୍ଦିର ରେ l ସେଠାରେ ମନ୍ଦିର ଜଗମୋହନ ରେ ଏକ ପଥର ଶୀଳ କୁ ଧୁଆଧୁଇ କରି ସେଥିରେ ହଳଦୀ, ସିନ୍ଦୁର ଲଗାଇ ମା ବିମଳା ଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ l ଶୀଳପୁଆ ଉପରେ ଗୁଆ ଟିଏ ଥୋଇ ସେଥିରେ ହଳଦୀ, ସିନ୍ଦୁର, କଜଳ ଲଗାଇ ଫୁଲ ଦେଇଥିଲେ l ଏହା ପରେ ମହିଳା ମାନେ ଆଣିଥିବା ଫଳ ମୂଳ ଭୋଗ କୁ ଲାଗି କରିବା ସହିତ ସମସ୍ତେ ଏକତ୍ର ହୋଇ ଦୀପ ରେ ବନ୍ଦlପନl କରିଥିଲେ l ଗୋପୀନାଥ ଦାସ ଙ୍କ ରଚିତ ଦଧିବାମନ ଓଷା ପୁସ୍ତକ ପାଠ କରିଥିଲେ lପୂଜା ପରେ ଭୋଗ ନେଇ ମହିଳା ମାନେ ଘରକୁ ଯାଇଥିଲେ l ସନ୍ଧ୍ୟାରେ ସେଠାରେ ପହଂଚି ଶୀଳ ଓ ପୁଆ କୁ ପାଣି ରେ ଧୋଇ ସଫା କରିଦେଇଥିଲେ l ଏହିପରି ମହିଳା ମାନେ ଭାଦ୍ରବ ମାସ ର ପ୍ରତ୍ୟେକ ବୁଧବାର ଦଧିବାମନ ଓଷା କରିବାର ପ୍ରଥା ରହିଛି l ଦଧିବାମନ ଓଷା କଲେ ପରିବାର କୁ ସର୍ବରୋଗ, ବ୍ୟାଧି ରୁ ମୁକ୍ତି ମିଳିବା ସହିତ ନିଃସନ୍ତାନ ମହିଳା ପୁତ୍ରବତୀ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି l


