ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟି, (କୁରେଶୁ ସାହୁ):ରାଜ୍ୟ ସରକାରଙ୍କ ଗ୍ରାମାଭିମୂଖୀ ମଙ୍ଗଳକାରୀ ଯୋଜନା “ଆମ ଓଡିଶା ନବୀନ ଓଡିଶା” ମାଧ୍ୟମରେ ନୂତନ ଓଡିଶା, ସଶକ୍ତ ଓଡିଶା ଗଠନରେ ଭିତ୍ତିଭୂମିକୁ ସୁଢୃଢ କରିବା ପାଇଁ ଆରମ୍ଭ ହୋଇଛି ଏହି ଅଭିଯାନ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଗତିଶୀଳ ହେବ ପ୍ରତ୍ୟେକ ପଞ୍ଚାୟତ ର ସମସ୍ତ ଗାଁ। ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ “ଫାଇଭି ଟି ଓ “ଆମ ଓଡ଼ିଶା ନବୀନ ଓଡିଶା” ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭୁବନେଶ୍ୱର ଠାରେ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଜରିଆରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ରୁପାନ୍ତରିକରଣ ପାଇଁ ଶୁଭାରମ୍ଭ କରିଥିଲେ। ଚିକିଟି ଗଡ଼ ଷ୍ଟିତ ମିନି ଷ୍ଟାଡିଅମ ଠାରେ ଆୟୋଜିତ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ଆଗାମୀ ଦିନ ରେ ସମଗ୍ର ଦେଶ ରେ ଏକ ନୂଆ କୀର୍ତ୍ତିମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ଥାପନ କରିବାକୁ ଯାଉ ଥିବା ବେଳେ ଏବେ ଓଡିଶା ଏକ ବିକଶିତ ରାଜ୍ୟ ରୂପେ ପରିଗଣିତ ହେଉ ଥିବା ବେଳେ ଲୋକଙ୍କ ଆର୍ଥିକ ସ୍ଥିତି କୁ ସୁଦୃଢ କରିବାକୁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ।ମିଶନ ଶକ୍ତି ଯୋଜନା ମାଧ୍ୟମ ରେ ଲକ୍ଷ ଲକ୍ଷ ମହିଳା ମାନଙ୍କୁ ଆତ୍ମ ନିର୍ଭର ଦେବା ପାଇଁ ଯୋଜନା ମାନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରି ଛନ୍ତି। ବ୍ୟୟବହୁଳ ରୋଗର ଉପଚାର ଚିକିଛା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମ ର ରେ ମହିଳା ମାନଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେଉ ଥିବାରୁ ଅନେକ ପରିବାର ବେଶ ଉପକୃତ ହୋଇ ପାରିଛନ୍ତି।ଚିକିଟି ନିର୍ବାଚନ ମଣ୍ଡଳୀ ରେକୋଟି କୋଟି ଟଙ୍କା ବିନିଯୋଗ ରେ ଅନେକ ପ୍ରକଳ୍ପ କାମ ହାତକୁ ନେଇ ଜାରି ରହିଥିବା ସୂଚନା ଜଳ ସେଚନ, ଅନେକ ବିଦ୍ୟାଳୟ କୁ ୫ଟି ରେ ରୂପାନ୍ତିକରଣ , ମା ବାଳକୁମାରୀ ମନ୍ଦିର କୁ ରୂପାନ୍ତିକରଣ ଆଦି ଯୋଜନା କରି ଥିବା ଭିଡ଼ିଓ କଂଫ୍ରେସିଂ ମାଧ୍ୟମ ରେ ଜଣାଇ ଥିଲେ।ଉକ୍ତକାର୍ଯ୍ୟକ୍ରମ ରେ ବିଡ଼ିଓ , ତହସିଲଦାର , ସ୍ଥାନୀୟ ଚିକିଟି ବ୍ଲକ ଅଧକ୍ଷ ଙ୍କ ସହ ବହୁ ସରପଞ୍ଚ , ସମିତି ସଭ୍ୟ, ଏସ ଏ ଜି ଗ୍ରୁପ ର ମା ମାନଙ୍କ ସହ ବହୁ ବିଜେଡି କର୍ମୀ ଯୋଗ ଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ