” ଆମ ଓଡ଼ିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମକୁ ବର୍ଜନ କରିବ ରାଇରଙ୍ଗପୁର ବ୍ଳକ ସରପଞ୍ଚ ସଂଘ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବିଶ୍ବ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଥିଲା ଗାଁ ର ଉନ୍ନତି ଦେଶର ଉନ୍ନତି ।ଗାଁ ଆଲୋକିତ ହେଲେ ଦୁନିଆଁ ଆଲୋକିତ ହେବ । ଗଣତନ୍ତ୍ର ର ମୂଳଦୁଆ ହେଉଛି ପଞ୍ଚାୟତ ରାଜ ବ୍ୟବସ୍ଥା ସଶକ୍ତିକରଣ । ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସରପଞ୍ଚ ହେଉଛନ୍ତି ମୁଖିଆ ।ପଞ୍ଚାୟତର ଜନତାଙ୍କ ସହିତ ସେମାନଙ୍କର ଦୈନନ୍ଦିନ ସମ୍ପର୍କ ସେମାନଙ୍କ ସମସ୍ୟା ପ୍ରତ୍ୟକ୍ଷ ଭାବେ ସମାଧାନ କରୁଛନ୍ତି ସରପଞ୍ଚ । ପଞ୍ଚାୟତ ବ୍ୟବସ୍ଥାର ପଲ୍ଲୀସଭା ହେଉଛି ମୂଳ ଉଦ୍ଦେଶ୍ୟ । ଗ୍ରାମବାସୀମାନେ ପଲ୍ଲୀ ସଭା ମାଧ୍ୟମରେ ନିଜ ଅଂଚଳର ବିକାଶ କରିଥାନ୍ତି । କିନ୍ତୁ ଆଜି ସରପଞ୍ଚ ମାନେ ସରକାରଙ୍କ ସାବତ ପୁଅ ପାଲଟିଛନ୍ତି । ସେମାନଙ୍କୁ ଅଣଦେଖା କରୁଛନ୍ତି ।ଏହାକୁ ନେଇ ରାଜ୍ୟ ସରପଞ୍ଚ ସଂଘ ତରଫରୁ ସେମାନଙ୍କ ୧୫ ଦଫା ଦାବି ନେଇ ରାଜଧାନୀରେ ଦୀର୍ଘ ୨୨ ଦିନଧରି ଧାରଣା ରଥ ଥିଲେ । ସେମାନଙ୍କୁ ଦାବି ପ୍ରତି ସ୍ଥାୟୀ ସମାଧାନ କରା ନ ଯାଇ ୧ ମାସ ପାଇଁ ସମୟ ନେଇଥିଲେ । କିନ୍ତୁ ପ୍ରତିଶ୍ରୁତି ପାଣିରେ ଗାର ହୋଇ ରହିଛି ‌ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି । ପ୍ରତିଶ୍ରୁତି ପ୍ରତିବଦଳରେ ସରକାର ‘ ମୋ ଓଡ଼ିଶା ,ନବୀନ ଓଡିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ।ଆଗାମୀ ୪ ତାରିଖ ଦିନ ଏହି କାର୍ଯ୍ୟକ୍ରମ ରାଇରଙ୍ଗପୁର କଲେଜ ପଡ଼ିଆରେ ଶୁଭାରମ୍ଭ ହେଉଥିବାରୁ ତାହାକୁ ବର୍ଜନ କରିବେ ବୋଲି ରାଇରଙ୍ଗପୁର ସରପଞ୍ଚ ସଂଘର ୯ ଟି ପଞ୍ଚାୟତଦ ସରପଞ୍ଚଙ୍କ ତରଫରୁ ରାଇରଙ୍ଗପୁର ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ଦାବି ଥିଲା ବିନା ପଲ୍ଲୀ ସଭାରେ ଏଵଂ ବିନା ସରପଞ୍ଚଙ୍କ ଅଜାଣତରେ କେମିତି ୫୦ ଲକ୍ଷ ଟଙ୍କାର କାମ ମଂଜୁର କରାଯାଇଛି ‌ । ଜନପ୍ରତିନିଧି ମାନଙ୍କୁ କ୍ଷମତା ଦୂରେଇ ରଖିବା ପାଇଁ ଏହା ସରକାରଙ୍କ ଷଡ଼ଯନ୍ତ୍ର ନୁହେଁ ତ! ସରପଞ୍ଚଙ୍କ କ୍ଷମତାକୁ ଯୋଜନାବଦ୍ଧ ଭାବେ ସଂଙ୍କୁଚିତ କରିବା ସରକାର ଯେପରି ପଦକ୍ଷେପ ନେଇଛନ୍ତି ତାହା ସରକାରଙ୍କ ଉଚିତ ପଦକ୍ଷେପ ନୁହେଁ ।ଏହି ଉଦ୍ଘାଟିତ ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେବେ ନାହିଁ ।ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ସମୟରେ ହଳଦା ସରପଞ୍ଚ ପ୍ରଭାସ ରଂଜନ ହାଁସଦା,ହାତିଆ ସରପଞ୍ଚ ଲାଲ ବାହାଦୁର ସୋରେନ,କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂ,ଵଡମୌଦା ସରପଞ୍ଚ ସୁକାନ୍ତି ହେମ୍ବ୍ରମ,ପୁରୁଣାପାଣି ସରପଞ୍ଚ ବାହ୍ଲିମଣି ଟୁଡୁ,ଭାଲୁଵଷା ସରପଞ୍ଚ ଯମୁନା ମଣି ସିଂ, ସୁଦର୍ଶନ ପୁର ସରପଞ୍ଚ କରବି ମୁଣ୍ଡାରୀ ,ସାନପାଖଣା ସରପଞ୍ଚ ସାଓ୍ବାନା ମାଝୀ, ଏବଂ ଗୁହାଳଡାଙ୍ଗିରୀ ସରପଞ୍ଚ ଵିଶୁ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ