ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୋକର୍ଣ୍ଣପୁର ପଞ୍ଚାୟତ ସ୍ତରୀୟ ସଚେତନତା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରବିବାର  ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର  ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ସରପଞ୍ଚ ବି . ଆରତୀ ଦୋରା , ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି  ଏମ୍ . ନିରଞ୍ଜନ ରେଡ୍ଡୀ , ବ୍ଳକ ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ , ଗଞ୍ଜାମ ଜିଲା ବିଜେଡ଼ି ଉପସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ , ପୂର୍ବତନ ସମିତି ସଭ୍ୟ ସଦାନନ୍ଦ ଦୋରା ,  ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା , ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ , କନିଷ୍ଠ ଯନ୍ତ୍ରୀ ଇଂ . କାଳିଚରଣ ଷଡ଼ଙ୍ଗୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଗିଲି ସାହୁ , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ପ୍ରମୁଖ ସଭାମଞ୍ଚ ରେ ପ୍ରଦୀପ  ପ୍ରଜ୍ବଳନ କରି ଶିବିର ର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ , ଧାର୍ମିକ ସ୍ଥଳୀ ଓ ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ , ମହିଳା ସଶକ୍ତିକରଣ , କ୍ରୀଡା , ଐତିହ୍ୟ ଗୁଡିକର ଭିତ୍ତିଭୂମିର ବିକାଶ , ସୁଗମ ପରିବହନ ବ୍ୟବସ୍ଥା ସମେତ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରେ ଗରିବ ଲୋକଙ୍କ ମାଗଣା ଚିକିତ୍ସା , ବିଭିନ୍ନ ଭତ୍ତା ସମ୍ପର୍କିତ ଯୋଜନା ଗୁଡିକ ଦାସ କାଠିଆ ମାଧ୍ୟମରେ ପ୍ରଚାର କରାଯାଇ ଉପସ୍ଥିତ ପଞ୍ଚାୟତବାସୀଙ୍କୁ ସଚେତନ କରାଯାଇଥିଲା । ଶେଷରେ ମହିଳା ମାନଙ୍କ ବ୍ଯାଙ୍କିଙ୍ଗ କାର୍ଯ୍ୟ ନିମନ୍ତେ ଗୋକର୍ଣ୍ଣପୁର ମିଶନ ଶକ୍ତି ତରଫରୁ ବ୍ଯାଙ୍କ ମିତ୍ର ଜ୍ୟୋତି ରେଡ୍ଡୀଙ୍କୁ ଏକ ଲାପଟପ ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ଦାସ , ବିଦେଶୀ ସେଠୀ , ବଂଶୀ ଦୋରା , ନାରାୟଣ ରେଡ୍ଡୀ ଙ୍କ ସମେତ ଅଙ୍ଗନୱାଡ଼ି,ଆଶାକର୍ମୀ,ମହିଳା ଗୋଷ୍ଠୀ ଏବଂ ପଞ୍ଚାୟତବାସୀ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ