ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ସମ୍ମିଳନୀ କକ୍ଷ ରେ ଆଜି ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟାକ୍ଷା ଵାଲା ସାୟାମ୍ମା ଙ୍କ ଅଧ୍ୟକ୍ଷତାରେ ବସିଥିଲା |ଏହି ବୈଠକ ରେ ନୂତବ ଭାବେ ଯୋଗ ଦେଇଥିବା ବିଡ଼ିଓ ଶ୍ରୀ ଅନୁପ ପଣ୍ଡା, ସହାୟକ ଯନ୍ତ୍ରୀ ନାରାୟଣ ପାଢ଼ୀ ଯୋଗ ଦେଇଥିଲେ, ଏତଦ ବ୍ୟତୀତ ସମସ୍ତ ବାର ଗୋଟି ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ | ଆସନ୍ତା ନଭେମ୍ବର ୬ ତାରିଖ ରେ ଆମ ଓଡିଶା ନବୀନ ଓଡିଶା ନେଇ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଆଭାସୀ ଭାବେ ମୁଖ୍ୟମନ୍ତ୍ରୀ ଓ ନବୀନ ଓଡିଶା ର ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ ଉଦଘାଟନ କରିବାକୁ ଥିବାରୁ ଏହି ପ୍ରସ୍ତୁତି ବୈଠକ ଡକା ଯାଇଥିଲା, କିନ୍ତୁ ବାର ଗୋଟି ପଂଚାୟତ ମଧ୍ୟ ରୁ ଶିଆଳି, ହାଡୁଭାଙ୍ଗି, ଓ କେ. ସୀତା ପୁର ପଂଚାୟତ କୋଉ କୋଉ ପ୍ରକଳ୍ପ ସାମିଲ ହେଲା ସେ ନେଇ ବିର୍ବାଚିତ ପ୍ରତିନିଧି ମାନଙ୍କୁ ଅନ୍ଧାର ରେ ରଖାଯାଉଛି କାହିଁକି ବୋଲି ଶିଆଳି ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ ରୋକଠୋକ ଭାବେ ଜାଣିବାକୁ ଚାହିଁଥିଲେ | କାଶୀନଗର ବ୍ଲକ ରେ ୧୮୦୦ ଘର କୁ ପ୍ରାୟ ୨୭ରୁ ୨୮ କୋଟି ଖର୍ଚ୍ଚ କଲାବେଳେ କୌଣସି ଉଦଘାଟନ କରାଯାଇ ନ ଥିଲା କି ୨୨ କୋଟି ର ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କରାଯିବ ତା ପାଇଁ କିଛି ନାହିଁ,ଏବେ କାହିଁକି କେଉଁ ଉଧେଶ୍ୟ ରେ ୬ କୋଟି ର ପ୍ରକଳ୍ପ ପାଇଁ ସମଗ୍ର ବ୍ଲକ ରୁ ଲୋକ ଙ୍କୁ ଭୁଆ ଯାଇ ଭୋଜି ଭାତ ରେ ଏତେ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ପ୍ରଶ୍ନ କରିଥିଲେ, ଏତଦ ବ୍ୟତୀତ ଗ୍ରାମ ସଭା ଓ ପଲ୍ଲୀ ସଭା କୁ ମର୍ଯ୍ୟାଦା ଦିଅ ଯାଉ ନାହିଁ, ଓ କୋଉ ପ୍ରକଳ୍ପ ସ୍ଥାନ ପାଇବ ଓ ଲୋକ ଙ୍କ ପାଇଁ କୋଉ ପ୍ରକଳ୍ପ ଦରକାର ତାହା ସ୍ଥାନ ପାଉ ନ ଥିବା ଆଗାମୀ ବିଧାନସଭା ସଭା ନିର୍ବାଚନ ପାଇଁ ଏହା ଲୋକ ଙ୍କୁ ଭୁଆ ବୁଲାଇବା କାର୍ଯ୍ୟକ୍ରମ ବୋଲି ସେ ନିନ୍ଧା କରିଥିଲେ, ଦରକାର ହେଲେ ଆଇନ ର ଆଶ୍ରୟ ନେବେ ବୋଲି ଶ୍ରୀ ପଟନାୟକ କହିଛନ୍ତି |


