ଆମ ଓଡିଶା ନବୀନ ଓଡିଶା କ୍ରୀଡା ଉତ୍ସବ ଉଦଯାପିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଶେରଗଡ ବ୍ଲକର ସମସ୍ତ ପଞ୍ଚାୟତ ର ଯୁବକ ଯୁବତୀ ଙ୍କୁ ନେଇ ନୂଆ ଓଡିଶା ଅଧୀନରେ ଜାରି ରହିଥିବା କ୍ରୀଡା ଉତ୍ସବ ଆଜି ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ଉଦଯାପିତ ହୋଈଯାଈଛି। ଏହି କ୍ରୀଡା ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଭି.କିର୍ତୀଭାସନ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ,ତହସିଲଦାର ତ୍ରିଦେବ ରଥ,ବିଡ଼ିଓ ଶିବାଶିଷ ବରାଳ, ବ୍ଲକ ବିଜେଡି ସଭାପତି ଶରତଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ କୃତି କ୍ରୀଡାବିତ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଯୁବକ ଯୁବତୀଙ୍କ ମଧ୍ୟରେ ଅନ୍ତର୍ନିହିତ କ୍ରୀଡା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଏକ ପ୍ରଚେଷ୍ଟା ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଛନ୍ତି। ଅଂଶଗ୍ରହଣ କରିଥିବା ଦଳ ମାନଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ଦଳକୁ ପ୍ରଥମେ ଜିଲ୍ଲା ସ୍ତରୀୟ ଏବଂ ପରେ ରାଜ୍ୟ ସ୍ତରୀୟ ଖେଳରେ ଖେଳିବା ଲାଗି ସୁଯୋଗ ମିଳିବ। ସମସ୍ତ କ୍ରିଡାବିତ ଙ୍କୁ ନିଜର କ୍ରୀଡା ପ୍ରତିଭା ଦ୍ୱାରା ନିଜ ଜନ୍ମ ମାଟି କୁ ଗୌରବାନ୍ବିତ କରନ୍ତୁ ବୋଲି ପାରା ଆଥଲେଟ ତଥା ଜାତୀୟ ସ୍ବର୍ଣ ପଦକ ବିଜେତା ପାରା ଭାରୋତ୍ତଳକ ଗଦାଧର ସାହୁ ପରାମର୍ଶ ଦେବା ସହ ପୂର୍ବ ସମୟରେ ଯୁବକ ଯୁବତୀ ମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରିବା ଏବଂ ଗାଁ ରୁ ଜିଲ୍ଲା, ଜିଲ୍ଲା ରୁ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିବା ଲାଗି ସୁଯୋଗ ମିଳୁନଥିଲା କିନ୍ତୁ ବର୍ତ୍ତମାନ ତାହା ହାତପାଆନ୍ତା ରେ ରହିଛି ଏବଂ ଯଦି ଜଣେ ଦିବ୍ୟାଙ୍ଗ ହୋଇ ସ୍ବର୍ଣ ପଦକ ବିଜେତା ହୋଈପାରିଲି,ଆପଣ ମାନେ ବି ଏହି ସୁଯୋଗ ର ଲାଭ ପାଈବା ପାଇଁ ଅତିଥି ମାନେ ପ୍ରକାଶ କରିଥିଲେ। ଏହି କ୍ରୀଡା ଗତ ୨୧ ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଈଯାଈଛି। ଏହି କ୍ରୀଡା ଉତ୍ସବ ରେ ପୁରୁଷ କ୍ରିକେଟ ରେ ମୋଟ ୪୮,ମହିଳା କ୍ରିକେଟ ରେ ୪, ଖୋ-ଖୋ ମହିଳା ରେ ୩,ପୁରୁଷ ଖୋଖୋ ୧୦,ଫୁଟବଲ ରେ ୪ ,ଭଲିବଲ ରେ ୧୩,ମହିଳା କବାଡି ୩,ପୁରୁଷ କବାଡି ରେ ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ। ପୁରୁଷ କ୍ରିକେଟ ରେ ଶେରଗଡ ଚାମ୍ପିୟାନ ହୋଈଥିଲା ବେଳେ ମହିଳା ରେ କୁକୁଡାଖଣ୍ଡି ଚାମ୍ପିୟାନ ହୋଈଛନ୍ତି। ଭଲିବଲ ଓ ଫୁଟବଲ ରେ ଶେରଗଡ,କବାଡି ମହିଳା ରେ କୁମାରପାଣି, ପୁରୁଷ କବାଡି ରେ ଗୋବିନ୍ଦପୁର, ଖୋଖୋ ପୁରୁଷ ରେ ବ୍ରାହ୍ମଣଛାଈ ଏବଂ ମହିଳା ରେ କୁମାରପାଣି ଚାମ୍ପିୟାନ ହୋଇ ୨୦ ହଜାର ଟଙ୍କା ଅର୍ଥ ରାଶି ପାଈବାରେ ସକ୍ଷମ ହୋଈଛନ୍ତି। ପରିଶେଷରେ ସମସ୍ତ ବର୍ଗର ଖେଳାଳି ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ