ଆମ ଗାଁ ଆମ ସାହିତ୍ୟ ପରିଷଦର କରୋନା ଆଲୋଚନାଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଆମ ଗାଁ ଆମ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ସହର ଉପକଣ୍ଠ ସଂଜୀବନୀ ବିଦ୍ୟା ମନ୍ଦିର ପରିସରରେ କୋଭିଡ -୧୯ ଅନୁପାଳନ ପୂର୍ବକ କରୋନା ସମ୍ପର୍କିତ ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ବରାଳ, ଡଃ.ରତ୍ନାକର ମଲ୍ଲିକ, ମେଜର ଭରତ ଚନ୍ଦ୍ର ଜେନା, ଶିକ୍ଷାବିତ ଭରତ ଚନ୍ଦ୍ର ସାହୁ, କବି ରାମକୃଷ୍ଣ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ନୃସିଂହ ଚରଣ ତ୍ରିପାଠୀ, ରଞ୍ଜନ କୁମାର ବାଇ, ଅଭୟ ରାଉତ, ଯାମିନୀ ଦାସ, ରାଜେଶ ଜେନା, ସଞ୍ଜୟ ମଥାନ, ତୁଷାର ଘୋଷ, କୈଳାଶ ମଲ୍ଲିକ, ଅପର୍ତି ସେଠୀ, ଦିବାକର ପ୍ରଧାନ ପ୍ରମୁଖ ୧୨ରୁ ଉର୍ଦ୍ଧ୍ୱ କବି ଓ କବୟତ୍ରୀ ଯୋଗଦେଇ ସ୍ୱ ରଚିତ କବିତା ପାଠ କରିଥିଲେ । ପରିଷଦର ସମ୍ପାଦକ ସ୍ୱପ୍ନାଶୁ ଦାସ ବୀବରଣୀ ପାଠ କରିଥିବା ବେଳେ ଟିଟିକାନ୍ତ ନାୟକ ସ୍ୱାଗତ ଭାଷଣ ଓ ଅଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତା ମୁଦୁଲି ଓ ଅଶୋକ କୁମାର ସାହୁ ମିଳିତ ଭାବରେ କବିତା ଗୁଡିକର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ