‘ଆମ ଗୋପାଳ ଗାଁ’ସଂଗଠନ ପକ୍ଷରୁ ଶ୍ମଶାନ ସଫେଇ

ବାଲେଶ୍ୱର, (ସରୋଜ ପଣ୍ଡା) : ନବ ଗଠିତ ‘ଆମ ଗୋପାଳ ଗାଁ’ ସଂଗଠନ ପକ୍ଷରୁ ଶନିବାର ସ୍ଥାନୀୟ ଚୁନଭାଟି ଶ୍ମଶାନରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ବ୍ୟବହୃତ ଏହି ଶ୍ମଶାନ ଦୀର୍ଘ ଦିନରୁ ଅବହେଳିତ ହୋଇପଡିଥିବା ଯୋଗୁଁ ପୌର ପାଳିକାକୁ ଅପେକ୍ଷା ନକରି ସଂଗଠନ ପକ୍ଷରୁ ଏହାର ସଫେଇ ପାଇଁ ନିଷ୍ପତ୍ତି ନିଆଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବରିଷ୍ଠ ସଦସ୍ୟ ଦିଲ୍ଲୀପ ନାୟକ, ଅରୁଣ କୁମାର ସ୍ୱାଇଁ, ପ୍ରବୀର କୁମାର ଦାସ ଓ ପ୍ରମୋଦ କୁମାର ମହାନ୍ତିଙ୍କ ନେତୃତ୍ୱରେ ରୁପେଶ କୁମାର ପ୍ରଧାନ, ଅନୁପ କୁମାର ସ୍ୱାଇଁ, ସୁଦୀପ ଲେଙ୍କା, ମନୋରଞ୍ଜନ ଜେନା, ଦେବବ୍ରତ ନାୟକ, ସୁବୀର ଦାସ, ପ୍ରତିମା ପଣ୍ଡା, ଅଜୟ ସ୍ୱାଇଁ, ବାପୁନୁ ପଣ୍ଡା, ପ୍ରାଣକ୍ରିଷ୍ଣ ସେନ, ପ୍ରଭାତ ମହାନ୍ତି ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇ ଶ୍ମଶାନର ସଫେଇ କରିଥିଲେ । ଆଗାମୀ ଦିନରେ ଏହି ଶ୍ମଶାନରେ ଫଳ ଫୁଲ ବୃକ୍ଷ ରୋପଣ କରାଯିବ ବୋଲି କର୍ମକର୍ତ୍ତାମାନେ କହଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ