“ଆମ ପିଲାଦିନେ ଗାଟିଏ ଚାପୁଡ଼ାରେ ନେଟ୍ୱାର୍କ ଆସୁଥିଲା’

ଅମିତାଭ ବଚ୍ଚନ ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି । ନିକଟରେ ବିଗ୍ ବି ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଏକ ମଜାଳିଆ ଟ୍ୱିଟ୍ କରିଥିଲେ, ଯାହା ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଟ୍ୱିିଟକୁ ପଢ଼ିଲେ ଆପଣ ବି ନ ହସି ରହିପାରିବେ ନାହିଁ ।
ଏଥିରେ ଅମିତାଭ ଲେଖିଛନ୍ତି, ଆମ ପିଲାଦିନେ ୩ଜି, ୪ଜି ଓ ୫ଜି ନଥିଲା । କେବଳ ଗୁରୁଜୀ, ପିତାଜୀ ଓ ମାତାଜୀ ଥିଲେ । ଗାଟିଏ ଚାପୁଡ଼ାରେ ହିଁ ଆମର ନେଟୱାର୍କ ଚାଲି ଆସୁଥିଲା । ବିଗ୍ ବିଙ୍କର ଏହି ଟ୍ୱିଟ୍ଟି ଫ୍ୟାନମାନଙ୍କ ମନକୁ ବେଶ୍ ଛୁଇଁଛି ।
ଏହି ମଜାଦାର ଟ୍ୱିଟ୍ରେ ଫ୍ୟାନମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । ଏହାକୁ ୬୯ ହଜାର ୩୯୬ ଜଣ ୟୁଜର୍ ଲାଇକ୍ କରିଥିବା ବେଳେ ୬,୦୮୮ ଥର ରି ଟ୍ୱିିଟ୍ କରାଯାଇଛି ।
ନିକଟରେ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ପୁରସ୍କାର ପାଇଁ ସାରା ଦେଶବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଅମିତାଭଙ୍କୁ “ବ୍ରାହ୍ମାସ୍ତ୍ର’, “ଚେହରେ’, “ଝୁଣ୍ଡ’ ଓ “ଗୁଲାବା ସିତାବା’ ପରି ଫିଲ୍ମରେ ଦେଖିବାକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ