ଆମ ପୋଖରୀ ଯୋଜନାରେ ଗୋପାଳପୁରର ଦୁଇଟି ପୋଖରୀ
ଗୋପାଳପୁର, (ଅନିଲ କୁମାର): ରାଜ୍ୟ ସରକାଙ୍କ ଆମ ପୋଖରୀ ଯୋଜନାରେ ଗୋପାଳପୁର ଏନଏସି ଅନ୍ତର୍ଗତ ଦୁଇଟି ପୋଖରୀର ଉନ୍ନତି ନିମନ୍ତେ ସାମିଲ କରିଛନ୍ତି ସରକାର, ଚିଲିକେଶ୍ୱର ମନ୍ଦିର ନିକଟ ଏକ ପୋଖରୀ ସମେତ ସାତ ନମ୍ବର ୱାର୍ଡର ପିଲାଖାଇ ପୋଖରୀର ନବୀକରଣ ଓ ଉନ୍ନତି କରଣ ନିମନ୍ତେ ରାଜ୍ୟ ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି, ଏନେଇ ଏକ ବୈଠକ ଏନଏସି କାର୍ଯ୍ୟଳୟରେ ନିର୍ବାହୀ ଅଧିକାରୀ ଶ୍ରୀ ମାନସ ରଞ୍ଜନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ରାଜ୍ୟ ସରକାଙ୍କ ଦ୍ୱାରା ସ୍ୱତନ୍ତ୍ର ତାଲିମ ଦାତା ଏନଏସି କାର୍ଯ୍ୟଳୟରେ ଦୁର୍ଗା ଓ କଳ୍ପନା ନାମକ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଟିକୁ ତାଲିମ ଦେବାସହ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଡୁଡା ପିଡି ଶ୍ରୀ ନୀଳ ମାଧବ ଭୋଇ, ତାଲିମ ଦାତା ଭାବେ ରାଜ୍ୟ ସରକାରଙ୍କ ୩ ଜଣ ପ୍ରତିନିଧି ଶ୍ରୀଦୁର୍ଗା ଓ କଳ୍ପନା ମହିଳା ସଂଘର ସଦସ୍ୟ ମାନଙ୍କୁ ପୋଖରୀ ପୁନହଉଦ୍ଧାର ବାବଦରେ ପ୍ରଶିକ୍ଷଣ ଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଉପଦେଷ୍ଟା ଦେବସୁନ୍ଦର ମହାପାତ୍ର, ରାଜ୍ୟ ମିଶନରୁ ଡ.ମନମୋହନ ମହାରଣା, ରାଜ୍ୟ ମିଶନ ମ୍ୟନେଜେର (ଜଳାଶୟ ପୁନରୁଦ୍ଧାର) ସୃତି ରଞ୍ଜନ ସିଂଙ୍କ ସମେତ ଏନଏସିର କନିଷ୍ଠ ଯନ୍ତ୍ରୀ ମନଜିତା ରଥ ଏବଂ ମୁକ୍ତା ଯୋଜନାର କାର୍ଯ୍ୟକ୍ରମ ସଞ୍ଜଜୋକ ହରିଶ ପଟନାୟକ ଓ ଗୋଷ୍ଠୀ ସଂଯୋଜିକା ସାଗରିକ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l ଉପରୋକ୍ତ ଦୁଇ କାର୍ଯ୍ୟ ସକାଶେ ଶୁଭ ଦିଅl ଯାଇଥିଲା l ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଉକ୍ତ ଦୁଇଟି ପୋଖରୀ ପାଇଁ ୧୫ ଲକ୍ଷ ଓ ୧୩ ଲକ୍ଷ ଟଙ୍କା ମଂଜୁର ହୋଇଛି l ଚଳିତ ମାସ ଶେଷରୁ କାମ ଆରମ୍ଭ ହେବା ସହ ଏକ ମାସ ମଧ୍ୟରେ ପୁନହଉଦ୍ଧାର, ନବୀକରଣ ସହ ଚତୁପାର୍ଶ୍ଵ ସୌନ୍ଦର୍ଯ୍ୟ କରଣ କରାଯିବ l


