ଆମ ପୋଲିସ କାର୍ଯ୍ୟକ୍ରମ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗୁରୁବାର ସଂଧ୍ୟାରେ କୋଣାର୍କ ଥାନା ପରିସରରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ପର୍ଯ୍ୟଟନସ୍ତଳୀ କୋଣାର୍କକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପୁଲିସର କର୍ତବ୍ୟ । କୈାଣସି ଚାପର ବଶବର୍ତି ନହେଉ ପୋଲିସ । ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଆମ ପୁଲିସ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । କରୋନା କଟକଣା ଯୋଗୁଁ ଆମ ପୁଲିସ କାର୍ଯ୍ୟକ୍ରମ ସ୍ତଗିତ ରହିଥିଲା । ଆମ ପୁଲିସ ସଭାପତି ରାମକୃଷ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଆବାହକ ଗୋପାଳ ଚନ୍ଦ୍ର ବେହେରା,କୋଣାର୍କ ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ,କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ,ଯୁବନେତା ସୁବାଷ ନାୟକ,କୋଣାର୍କର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ପୁଲିସର କର୍ତବ୍ୟ ସଂପର୍କରେ ଅବଗତ କରାଇଥିଲେ । କୋଣାର୍କ ଉତ୍ସକୁ ଦୃଷ୍ଟିରେ ରଖି କୋଣାର୍କ ଓ ଏହାର ଆଖପାଖ ଅଂଚଳରେ ରାତ୍ର ପାଟ୍ରୋଂଲିକୁ କଡାକଡି କରିବା,ପର୍ଯ୍ୟଟକଙ୍କୁ ସୁରକ୍ଷା,ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଟାନ,ଟ୍ରାଫିକ ସମସ୍ୟା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ମତ ପ୍ରକାଶ ପାଇଥିଲା । ଆମ ପୁଲିସର ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।