ଆମ ପୋଲିସ ସମିତିର ବୈଠକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ପକ୍ଷରୁ ବୁଧବାର ସ୍ଥାନୀୟ ଥାନା ଶାସନଆମ୍ବଗାଁ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ତହସିଲଦାର ଗୋପିନାଥ କୁଅଁର, ଏବିଡ଼ିଓ ଧରଣୀଧର ଭୁୟାଁ, ସମାଜସେବୀ ଡ଼ି. ବିଶ୍ୱନାଥ, ସରଂପଚ , ସମିତିସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ।ବୈଠକରେ ଏଟିଏମ ଫର୍ଡ଼, ଘରୋଇ ହିଂସା, ସମାଜିକ ବାସନ୍ଦ, ଅଶ୍ଳୀଳ ଭିଡ଼ିଓ ଭାଇରାଲ, ଗୁଣି ଗାରେଡ଼ି, ଅନ୍ଧ ବିଶ୍ୱାସ, ଟ୍ରାଫିକ ସଚେତନତା ସମ୍ପର୍କରେ ଆଲୋଚନା କରାଯିବା ସହ ଜନସାଧାରଣ ଓ ପୋଲିସ ପ୍ରଶାସନ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ମୁହୁର୍ତରେ ଜନସାଧାରଣଙ୍କୁ ଆବଶ୍ୟକୀୟ ସହଯୋଗ କରିବା ପୋଲେିସର ମୁଖ୍ୟ କାର୍ଯ୍ୟ ବୋଲି ଥାନା ଆଇଆଇସି ଦାସ କହିଥିଲେ ।କାର୍ଯ୍ୟକ୍ରମକୁ ଥାନା ଏଏସଆଇ ରାଜନ ବିଷୋୟୀ ପରିଚାଳନା କରିଥିବା ବେଳେ ହାବିଲଦାର ରାଜିବ କୁମାର ପାଢି, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ପାର୍ଥସାରଥୀ ଦଳାଇ, ଜଗନ୍ନାଥ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ ବୈଠକରେ ଆମ ପୋଲିସ ସମିତିର ବହୁ ସଭ୍ୟଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।