ଆମ ପୋଲିସ ସମିତି ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ପକ୍ଷରୁ ରବିବାର ସ୍ଥାନୀୟ ଥାନା ବେଲଗାଁରେ ଆମ ପୋଲିସ ସମିତିର ଏକ ବୈଠକ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ଦୟାପଲ୍ଲୀ ସରଂପଚ ବି. ଆପେୟା, କଂଚୁରୁ ମହନ୍ତ ହରିହର ଦାଶ ମହାରାଜ, ବିଜେଡ଼ି ନେତା ଡ଼ି. ବିଶ୍ୱନାଥ ପ୍ରମୁଖ ଉପସ୍ଥିତ ଥିଲେ ।ବୈଠକରେ ଏଟିଏମ ଫର୍ଡ଼, ଘରୋଇ ହିଂସା, ସମାଜିକ ବାସନ୍ଦ, ଅଶ୍ଳୀଳ ଭିଡ଼ିଓ ଭାଇରାଲ ସମ୍ପର୍କରେ ଆଲୋଚନା କରାଯିବା ସହ ଜନସାଧାରଣ ଓ ପୋଲିସ ପ୍ରଶାସନ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ମୁହୁର୍ତରେ ଜନସାଧାରଣଙ୍କୁ ଆବଶ୍ୟକୀୟ ସହଯୋଗ କରିବା ପୋଲେିସର ମୁଖ୍ୟ କାର୍ଯ୍ୟ ବୋଲି ଥାନା ଆଇଆଇସି ଦାସ କହିଥିଲେ ।କାର୍ଯ୍ୟକ୍ରମକୁ ଥାନା ଏସ.ଆଇ. ମମତା ସାମନ୍ତ ପରିଚାଳନା କରିଥିବା ବେଳେ ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ଚନ୍ଦ୍ର ବେରୋ, ହାବିଲଦାର ରାଜିବ କୁମାର ପାଢି, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ