ଆମ ପୋଲିସ ସମିତି ବୈଠକ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) : ଦେଶ ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ସଭ୍ୟ ସମାଜରେ ଲାଗିରହିଛି ଅନ୍ଧ ବିଶ୍ୱାସ । ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ହୋଇ ଅପରାଧ ଘଟିବା ଗଂଜାମ ଜିଲ୍ଲାରେ କିଛି ନୂଆ କଥା ନୁହେଁ । ଅଧୁନା ଯୁଗରେ ବୈ ।ନିକ ମାନେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲେଣି ତଥାପି ସଚେତନତା ଅଭାବରୁ କିଛି ଜନସାଧାରଣମାନଙ୍କ ମଧ୍ୟରେ ଗୁଣି ଗାରେଡି ,ଭୁତ ପ୍ରେତ, ଅନ୍ଧବିଶ୍ୱାସ ପ୍ରତି ସେମାନଙ୍କ ବିଶ୍ୱାସ ଅତୁଟ ରହିଛି । ଜନସାଧାରଣଙ୍କୁ ଅନ୍ଧବିଶ୍ୱାସରୁ ଦୁରେଇ ରହିବା ନିମନ୍ତେ ରବିବାର ଭଂଜନଗର ପୋଲିସ ସମିତି ତରଫରୁ ଉପାନ୍ତ ଅଂଚଳ ବାଇବେଲି ଠାରେ ପୋଲିସ ସମିତି ବୈଠକରେ ଅନ୍ଧବିଶ୍ୱାସ ଠାରୁ ଦୁରେଇ ରହିବା ନିମନ୍ତେ ପୋଲିସ ତରଫରୁ ସଚେତନତା ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ତହସିଲଦାର ଦିନମଣି ନାୟକ, ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ,କୃତିବାସ ବିଶ୍ୱାଳ, ଅନ୍ତର୍ଯ୍ୟାମି ତ୍ରିପାଠୀ, ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନୁପମ ବାନାର୍ଜୀ ସଂଯୋଜନା କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।