ଆମ ପୋଲିସ ସମିତି ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଥାନା ପକ୍ଷରୁ ଏହି ଥାନା ଅନ୍ତର୍ଗତ ବଙ୍କା ଏବଂ କଲ୍ୟାଣପୁର ଗ୍ରାମରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଗ୍ରାମବାସୀ ମାନଙ୍କ ସହିତ ଗୁଣି ଗାରେଡି,ଅନ୍ଧ ବିଶ୍ୱାସ,ସାଇବର୍ ଠକେଇ ବାଳିକା ଶିକ୍ଷା, ବାଲ୍ୟ ବିବାହ, ଘରୋଇ ହିଂସା ସମ୍ପର୍କରେ ଆଲୋଚନା କରାଯିବା ସହିତ ଅଜଣା ବ୍ୟବସାୟୀଙ୍କ ସହ ସୁନା ରୂପାର ବ୍ୟବସାୟ ନକରିବା ପାଇଁ ମହିଳା ମାନଙ୍କୁ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମକୁ ଆମ ପୋଲିସ୍ ସମିତି ସଦସ୍ୟ ମାନେ ପରିଚାଳନା କରିଥିଲେ I ପ୍ରକାଶ ଥାଉ କି କଲ୍ୟାଣପୁର ଏବଂ ବଙ୍କା ଗ୍ରାମ ଦୁଇଟି ବେଲଗୁଣ୍ଠା ଥାନାରେ ନୂତନ ଭାବେ ଯୋଡ଼ି ହୋଇଛି I ଆଜିର କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମବାସୀ ଏବଂ ପୋଲିସ୍ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି I ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏସ ଆଇ ପି କେ ବେହେରା, ଏଏସଆଇ ବିଶ୍ଵନାଥ ମାଲିକ, ଏଏସଆଇ ଜୋଛନା ପ୍ରଧାନ ଓ ପୋଲିସ କର୍ମଚାରୀଙ୍କ ସମେତ ବଙ୍କା ଠାରେ ସରପଞ୍ଚ ,ସମିତି ସଭ୍ୟଙ୍କ ସମେତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।