ଆମ ପୋଲିସ ସମିତି ବୈଠକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ତାରସିଂ ଥାନା ଆମ ପୋଲିସ ସମିତିର ବୈଠକ ବୁଧବାର ଲେମ୍ଭେଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଗୁଣିଗାରେଡି, ଅନ୍ଧବିଶ୍ୱାସ,ଅନ୍ଲାଇନ୍ ଠକେଇ, ଅସାମାଜିକ କାଯ୍ୟକଳାପ,ନାବାଳିକା ବିବାହ, ଘରୋଇ ହିଂସା ଆଦି ରୋକିବା ସମ୍ପର୍କରେ କହିଥିଲେ। ସଚେତନତା ବଢିଲେ ବିଭିନ୍ନ ଠକେଇ ରୁ ରକ୍ଷା ପାଇଁ ପାରିବେ ବୋଲି ଉପସ୍ଥିତ ଗ୍ରାମବାସୀ ଙ୍କୁ ଥାନା ଅଧିକାରୀ ଶ୍ରୀ ଦାସ କହିଥିଲେ। ସେହିପରି ବାଇକ ଚଲେଇବା ସମୟରେ ହେଲମେଣ୍ଟ ବ୍ୟବହାର, ପଲିଥିନ ବ୍ୟବହାର ନକରିବା, ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା,ସ୍ୱଚ୍ଛ ଭାରତ କାଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ଏଏସଆଇ ବସନ୍ତ ମିଶ୍ର ଓ ସ୍ଥାନୀୟ ସରପଞ୍ଚ ହରିବନ୍ଧୁ ପ୍ରଧାନ ପରାମର୍ଶ ଦେଇଥିଲେ। ବହୁ ଗ୍ରାମବାସୀ ଓ ଯୁବବର୍ଗ ବୈଠକରେ ଉପସ୍ଥିତ ଥିଲେ